ନୟାଗଡ଼,(ଲକ୍ଷ୍ମୀଧର ସାହୁ):ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଲୋକ ଅଦାଲତରେ ସର୍ବମୋଟ ୨୧୪୩ ଗୋଟି ମାମଲାର ଆପୋଷ ସମାଧାନ ଦ୍ଵାରା ଫଇସଲା ହୋଇପାରିଛି । ଏଥିରେ ୩ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୮୫,୦୦୦/-ଟଙ୍କା ହିତାଧ୍ୟାକାରୀଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀ
ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ୨୧୨୫ ଗୋଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୮,୬୮,୯୪୪/-ଟଙ୍କା ଆଦାୟ କରାଯାଇଥିଲା। ସେହିପରି ୦୫ ଗୋଟି ବିବାହଜନିତ ମାମଲା ଏବଂ ୦୧ ଟି ଏନ. ଆଇ. ଆକ୍ଟ ମାମଲା ଫଇସଲା କରାଯାଇଥିଲା ବେଳେ ଅନ୍ୟାନ୍ୟ ୦୯ ଟି ମାମଲା ଫଇସଲା କରାଯାଇଥିଲା।
ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲିଲି ସେନାପତି, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତି ସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଶ୍ବଜିତ ନାୟକ,ବରିଷ୍ଠ ଦେୱାନୀ ବିଚାରପତି (ଏଲ. ଆର. ଆଣ୍ଡ ଏଲ. ଟି. ଭି.) ପବିତ୍ରାନନ୍ଦ ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଡକ୍ଟର ରୀନତି ମିଶ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ଡକ୍ଟର ନିଶାକର ସାହୁ, ଜେ.ଏମ.ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତରହି ନିଜନିଜ ଅଦାଲତ ପରିଚାଳନାକରିଥିଲେ।
ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୦୯.୦୯.୨୦୨୩ରିଖ, ଦ୍ୱିତୀୟ ଶନିବାର ଦିନ ପୁନଶ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି ଏବଂ ଉକ୍ତ ଲୋକଅଦାଲତରେ ବିପୁଳ ପରିମାଣରେ ଭାଗନେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀବିଶେଷ କୁମାର ସାହୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post