ନୟାଗଡ଼, (ଲକ୍ଷ୍ମୀଧର ସାହୁ): ଘନ ଘନ ବିଜୁଳି କାଟ, ଲୋ-ଭୋଲଟେଜ ଓ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜିଠାରୁ ନିଜ ନିଜ ଜିଲ୍ଲାର ସଦର ମହକୁମା ଠାରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିନ ୧୧ ଟା ବେଳୁ ଏହି କାର୍ଯ୍ୟକ୍ରମ ଜାରି ରହିଛି । ରାଜ୍ୟ ସଭାପତି ନୟାଗଡ଼ ଜିଲ୍ଲାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ବିଭୁତି ଭୁଷଣ ମିଶ୍ରଙ୍କୁ ପଠାଇଛନ୍ତି । ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ନାରାବାଜି ଦେଇ ଆନ୍ଦୋଳନ ଚାଲୁ ରଖୁଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.