ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଗତକାଲି (ରବିବାର ଦିନ) ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ। ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଥିଲେ ଏବଂ ପରେ ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିବା ଜଗନ୍ନାଥଙ୍କର ଆଡ଼ପ ଘର ପ୍ରସାଦ ସେବନ କରିଥିଲେ।
ଏହାପରେ ଦୁଇଟି ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ , ଆର୍. ସୀତାପୁର ଏବଂ ପ୍ରାଉଡ଼ , ବି.ସୀତାପୁର ର ୬୦ ଜଣ ମାତୃପିତୃହୀନ ଶିଶୁ ରଥଯାତ୍ରାରେ ଲାଗିଥିବା ମୀନାବଜାର ବୁଲି ଦେଖିବା ସହିତ ଦୋଳିରେ ବସି ବେଶ୍ ମଜା ନେଇଥିଲେ।
ରଥଯାତ୍ରା ଏବଂ ମୀନାବଜା ର ବୁଲି ଦେଖିବା ବେଳେ ଶିଶୁମାନେ ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମଚାରୀ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.