ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ଉପଲକ୍ଷେ ହେରା ପଞ୍ଚମୀରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ “ରଥଯାତ୍ରା” ବିଷୟକୁ ନେଇ ଶାନ୍ତି ନଗରର ଶିଶୁମାନଙ୍କୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମ୍ପର୍କ କରି ପୁରୋହିତ ଶଙ୍କର ରଥଙ୍କ ଅନୁମତି କ୍ରମେ ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ଶିଶୁ ପ୍ରେମୀ ପ୍ରମୋଦ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ବିଷୟବସ୍ତକୁ ବୁଝାଇ ଆମ ମାତୃଭାଷାକୁ ନିର୍ଭୁଲ କହିବା , ପଢ଼ିବା ଓ ଲେଖିବା ସହ ସଂସ୍କାର ଯୁକ୍ତ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ପ୍ରେରିତ କରାଯାଇଥିଲା। ଆମ ଭାଷାର ଶ୍ରେଷ୍ଠତ୍ଵକୁ ବୁଝି ଜ୍ଞାନ ଆରୋହଣ କଲେ ବିଶ୍ଵ ବିଜୟୀ ହେବାର ସମ୍ଭବନାକୁ କେହି ଏଡେଇ ପାରିବେ ନାହିଁ ,ଏହି ବାର୍ତ୍ତାକୁ ବୁଝାଇବା ପରେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କ ପ୍ରଦର୍ଶିତ କରି କିଣିବା ପାଇଁ କୁହାଯାଇଛି।
ଶେଷରେ ଜଗନ୍ନାଥ ଜଣାଣ ଗାନ ପରେ ଶିଶୁ ମାନଙ୍କ କଲ୍ୟାଣ ନିମନ୍ତେ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post