ବରଗଡ ‘- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପିତା ଅନନ୍ତ ବରିହା ଙ୍କର ଘରେ ହଟାତ ପହଂଛି ଯାଇଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା । ପ୍ରାପ୍ତ ସୂଚନା ଅନୁସାରେ ଅନନ୍ତ ତଥା , ଗୀତା ବରିହାଙ୍କ ସୁପୁତ୍ରୀ ଯାହାଙ୍କର ନାମ ବର୍ଷା ରାଣୀ ବରିହା ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷାରେ ୬୦୦ ମାର୍କର ପରୀକ୍ଷା ଦେଇ ସମୁଦାୟ ୫୩୫ ମାର୍କ ରଖି ସର୍ବାଧିକ ୮୯.୧୭% ନମ୍ବର ହାସଲ କରି କୃତକାର୍ଯ୍ୟ ହୋଇଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହା , ଛାତ୍ରୀ ବର୍ଷା ରାଣୀଙ୍କ ସହ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସାଙ୍ଗକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ବିଧାୟିକା ସବୁ ସମୟରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ ସାମାଜିକ ସଭା ମାନଙ୍କରେ ଝିଅ ମାନଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେଇଥାନ୍ତି । ମୁଖତଃ ଆଦିବାସୀ ସମ୍ପ୍ରଦାୟର ଝିଅ ମାନଙ୍କୁ ଅଧିକରୁ ଅଧିକ ପାଠ ପଢ଼ାଇବା ପାଇଁ ଉତ୍ସାହିତ ତଥା ପ୍ରେରିତ କରିବା ପାଇଁ ସମାଜ ର କର୍ମକର୍ତ୍ତା ତଥା ଅଭିଭାବକ ମାନଙ୍କୁ କହିଥାନ୍ତି । ଆଜି ଛାତ୍ରୀ ବର୍ଷା ଙ୍କର ସଫଳତା ବାବଦରେ ଜାଣିବାକୁ ପାଇ ବିଧାୟିକା ଛୁଟିଥିଲେ ଛାତ୍ରୀ ବର୍ଷା ଙ୍କର ଘରକୁ । ବର୍ଷା ଓ ତାଙ୍କର ପରିବାର ସହିତ ଆଲୋଚନା କରିବା ସମୟରେ ବର୍ଷା ର ଉଚ୍ଚଶିକ୍ଷା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରିବାର ଲୋକଙ୍କୁ କହିଥିବା ବେଳେ , ଭବିଷ୍ୟତ ରେ ଉଚ୍ଚ ଶିକ୍ଷା ପ୍ରତି କୈାଣସି ଅସୁବିଧା ଦେଖାଗଲେ ମୁଁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ ବୋଲି ପ୍ରତିଶ୍ରୃତି ପ୍ରଦାନ କରିଛନ୍ତି ବିଧାୟିକା ବର୍ଷା ।
Sign in
Sign in
Recover your password.
A password will be e-mailed to you.