ବିଶୃଙ୍ଖଳିତ ଟାଟା ପାୱାର କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବୀ

0

ବରଗଡ: ବରଗଡ ଜିଲ୍ଲା ଝାରବନ୍ଧ ଠାରେ ଟାଟା ପାୱାର ଦ୍ବାରା ପରିଚାଳିତ ଗ୍ରୀଡରେ ଜନୈକ ବିଶୃଙ୍ଖଳିତ କର୍ମଚାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ସନାତନ ପାଣ୍ତେ ନାମକ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ବିକାଶ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ପଡିଛି।ଘଟଣାକ୍ରମରୁ ଜଣାଯାଏ ଯେ,ଝାରବନ୍ଧ ଗ୍ରୀଡ ଅଧିନସ୍ଥ କୋତନା ଗ୍ରାମରେ ସନାତନ ସଟଡାଉନ ନେଇ ତାରରେ ଲାଗିଥିବା ଗଛ ଡାଳକୁ ସଫା କରୁଥିଲେ।ହଠାତ ବିଦ୍ୟୁତ ସ୍ରୋତ ଆସି ଯିବାରୁ କାନ ପାଖ ଓ ପିଠିରେ ବିଜୁଳି କରେଣ୍ଟ ଲାଗି ଯାଇଥିଲା।ଫଳରେ ବହୁତ ଜୋରର ଧକ୍କା ଖାଇ କଚାଡି ପଡିଥିଲା।ତୁରନ୍ତ ତାଙ୍କୁ ଝାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଭଳ ନ ଥିବାରୁ ଉପ ଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା।ଡାକ୍ତର ପରୀକ୍ଷା ପରେ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ସେ ବରଗଡ ବିକାଶ ରେ ଚିକିତ୍ସାଧିନ ଅଛନ୍ତି।ଜୀବନକୁ ବାଜି ଲଗାଇ ଯୁବକମାନେ ବିଦ୍ୟୁତ କାମରେ ନିୟୋଜିତ ହେଉଛନ୍ତି।ସାମାନ୍ୟ ଖାମଖିଆଲି ଭାବନା ଯୋଗୁଁ ଆର୍ଥିକ,ମାନସିକ,ଶାରିରୀକ ଅଶାନ୍ତିର ଶୀକାର ହେବାକୁ ପଡୁଛି।ତେଣୁ ବିଶୃଙ୍ଖଳିତ କର୍ମଚାରୀ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଜାଫର ହୁସେନ ଟାଟା ପାୱାର ପାଖରେ ଦାବି ରଖିଛନ୍ତି।ସନାତନ ଜଣେ କୋଶଳ ସେନାର ସୈନିକ ଥିବାରୁ କୋଶଳ ସଙ୍ଗଠନ ମଧ୍ୟ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.