PhD ରେ କୃତକାର୍ଯ୍ୟ ହେଲେ ମୋହନ ନାଏକ

0

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ମୋହନ କୁମାର ନାଏକ ଗ୍ରାମ ଖୁରୀଗାଁ, ସେ ପିଲାଦିନରୁ ଉଚ୍ଚଶିକ୍ଷା ନିମନ୍ତେ ଆଗ୍ରହ ଥିଲେ, ଦୀର୍ଘ ଛଅ ବର୍ଷ ହେଲା Indian Institute of Technology Bombay ରେ ରହିପ୍ରଫେସର ସରମିଷ୍ଟା ପଟ୍ଟନାୟକ ତ୍ବତାବଧାନରେ ରହି Common Property Resources (CPRS) Liveli Hoods And Gender ଉପରେ ଗବେଷଣା କରି ଆସୁଥିଲେ | ଏହି ଗବେଷଣା ଟି ଅଭିଭୂକ୍ତ କୋରାପୁଟ ଜିଲ୍ଲା ଏବଂ ମୁଖ୍ୟତ ଭାବେ କାଶୀପୁର ଅଞ୍ଚଳକୁ ନେଇଥିଲେ | ଗତ 23.06.2023ରିଖ ଦିନ ସେ ମୌଖିକିପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଛନ୍ତି | ଏହି ପରୀକ୍ଷା ରେ IIT DELHI ଏବଂ IIT BOMBAY ରୁ ମୋଟ ଚାରୋଟି ପ୍ରଫେସର ଯୋଗଦାନ କରି ତାଙ୍କର ଗବେଷଣା କାର୍ଯ୍ୟଟି କୁ ପ୍ରଶଂସା କରିଛନ୍ତି, ଆଗାମୀ ଦିନରେ ସେ ଭଲ ମଣିଷ ଓ ଗବେଷଣା କ୍ଷେତ୍ରରେ ରହି ସମାଜର ଉର୍ନ୍ନତି ପାଇଁ କାମ କରିବେ ବୋଲି ମତ ପ୍ରକାଶ କରିଛନ୍ତି |

ତାଙ୍କର ଏହି ସଫଳ ପଛରେ ତାଙ୍କର ପରିବାର ବର୍ଗ, ଗ୍ରାମବାସୀ ଓ କାଶୀପୁର ଅଞ୍ଚଳ ବାସୀଙ୍କୁ ଅତୁଳନୀୟ ଅବଦାନ ରହିଅଛି ବୋଲି ମତ ପ୍ରକାଶ କରିଛନ୍ତି, ପରି ଶେଷରେ ସେ ଏହି ଅଞ୍ଚଳର ଯୁବ ପିଢ଼ିଙ୍କୁ ଉଚ୍ଚଶିକ୍ଷା ଯିବା ପାଇଁ ଓ ଅଞ୍ଚଳର ସାମୁହିକ ବିକାଶରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି

Leave A Reply

Your email address will not be published.