ଗାଇସିଲାଟ/ମନ ଡନସନା – ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମହାବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦ୍ମାଲୟା କୈଲାସ ଫାଉନ୍ଡେଶନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଝସକେତନ ମେହେର ତାଙ୍କର ତଫରୁ ଶ୍ରେଷ୍ଠ ୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ କଲମ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନାକରି ଏହି ମହାବିଦ୍ୟାଳୟରେ ଏକ ଲାଇବ୍ରେରୀ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ୧୯୦ ଖଣ୍ଡ ବହି ପ୍ରଦାନ କରିଥିଲେ।ସଫଳତା ହାସଲ କରିଥିବା ଛାତ୍ରୀ ପ୍ରିନ୍ସ ପ୍ରିୟଦର୍ଶିନୀ ନାଏକ (୪୬୪), ରୋଜି ସାହୁ (୪୨୮), ବର୍ଷାରାଣୀ ପୁରୀ (୪୧୬), ଇଶ୍ବରୀ ସିଂ (୩୮୨),ଟିକେଶ୍ବରୀ ସାହୁ (୩୭୧), ସୁମୀ ସାହୁ (୩୬୦) ଶେଷରେ ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରୀତିଶ କୁମାର ପଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.