ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଗତ ତା୨୦ ଋଖ ଦିନ ସେକ୍ଟର -୩ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ( ଅହିରାବନ୍ଧ) ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ କାନିକା ପ୍ରସାଦ ବଣ୍ଟନ କରାଯାଇଥିଲା । ଶ୍ରୀ ଜୀଉ ବଳଭଦ୍ର ଙ୍କ ପହଣ୍ଡି ବିଜେ ଠାରୁ ଆରମ୍ଭ ହୋଇ ତିନି ରଥ ଙ୍କ ଅହିରାବନ୍ଧ ରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଭକ୍ତ ସମାଗମ କୁ ଶାନ୍ତି ଶ୍ରୁଙ୍ଖଳା ର ସହିତ ପ୍ତସାଦ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଚଳିତ ଥର ଅନୁକୁଳ ପାଗ କୁ ଦେଖି ପ୍ରବଳ ଜନ ସମାଗମ ଅନୁଭୂତ ହୋଇଥିଲା । ଆସ୍ଥା ର ଏପରି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଙ୍କ ମଧ୍ୟ ରେ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ସୁବ୍ରତ ତରାଇ, ରାଉରକେଲା ଓକିଲ ସଂଘ ର ପୂର୍ବତନ ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ମାଝୀ, ଆର॰ଏମ॰ଏଚ॰ପି ବିଭାଗ ର ମହା ପ୍ରବନ୍ଧକ ଶ୍ରୀ ଶୁଭ ଶଙ୍କର ରାୟଚଉଧୁରୀ ଙ୍କ ସହିତ ଶିଲ୍ପପତି ବିଷ୍ଣୁପ୍ରିୟା ସ୍ଵାଇଁ ଓ ଶ୍ରମିକ ନେତା ଶ୍ରୀ ହିମାଂଶୁ ବଳ କାର୍ଯ୍ୟକ୍ରମ କୁ ପରିଦର୍ଶନ କରିଥିଲେ । ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କୁ ଆସ୍ଥା ର ଅଧକ୍ଷ୍ୟ ଶ୍ରୀ ଆତ୍ତତ୍ରାଣ ମଲ୍ଲିକ, ସଭାପତି ବିଷ୍ଣୁ ମୋହନ ମିଶ୍ର, ଉପ ସଭାପତି ରାଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଆଲୋକ ଜେନା ପ୍ରାରମ୍ଭ କରିଥିଲେ । ରୀତା ସାହୁ, ଶିବାନୀ ରାଣା, ଜ୍ୟୋତ୍ସ୍ନା ନନ୍ଦ, କୁନୁ ରାଣୀ ବିଶ୍ଵାଳ, ନମିତା ଦାସ, ବିଷ୍ଣୁପ୍ରିୟା ସ୍ଵାଇଁ, ପୁର୍ଣିମା ଭଟ୍ଟାଚାର୍ଜ୍ୟ, ଶୁଭଶ୍ରୀ ସ୍ଵାଇଁ, ସୁରେଶ ରାଉତରାୟ, ହରେନ୍ଦ୍ର ନାଥ ନାୟକ, ବାବାଜୀ ସେନାପତି, ଶୁକଦେବ ମହାନ୍ତି, ରାମା ପ୍ରସାଦ ତାଜନ, ବିନୋଦ ମହେଶ୍ଵରୀ, ଅଶ୍ଵିନୀ ସିଂହ, ଶୁଭଲକ୍ଷ୍ମୀ ପାତ୍ର, ଅମ୍ରିତା ପାତ୍ର, ରେଣୁ ଜେନା, ବିପ୍ଳବିନି ବ୍ରହ୍ମା, ପ୍ରଜ୍ଞା ପରିମିତା ଦାସ, ମଧୁମିତା ପଣ୍ଡା, ଅଶୋକ ପଟେଲ, ବିମଲ ସାହୁ, ତପସ୍ଵିନୀ ପାତ୍ର, ମୁରଲୀ ମଥାନ, ତପନ ବେହେରା, ସନ୍ତୋଷ ସୋରେନ, ଗୁରୁଚରଣ ବଡନାୟକ, ସନ୍ତୋଷ ମହାରଣା, କ୍ଷିତିଶ ଜେନା, ପରଶୁରାମ ମଲିକ, ଅନ୍ତର୍ଯ୍ୟାମି ରାଉତ ଙ୍କ ସହ ମନୀଷା ଜେନା ପ୍ରମୁଖ ବଣ୍ଟନ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.