ଜାତୀୟ ପୁରସ୍କାର ପ୍ରାପ୍ତି ପରେ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜଳସମ୍ପଦ ବିଭାଗର ଅଧିକାରୀ

0

ନିଷ୍ଠାର ସହ ଆଗକୁ ଆହୁରି ଭଲ କାମ କରିବାକୁ ପରାମର୍ଶ

ଭୁବନେଶ୍ୱର : ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ଏବଂ ଦକ୍ଷ ଜଳସମ୍ପଦ ପରିଚାଳନାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ ହୋଇଛି ।
ନୂଆଦିଲ୍ଲୀଠାରେ ଗତ ଶନିବାର ଉପରାଷ୍ଟ୍ରପତିଙ୍କ ଠାରୁ ଓଡିଶା ପାଇଁ ଏହି ଜାତୀୟ ପୁରସ୍କାର ପ୍ରାପ୍ତି ପରେ ଆଜି ଲୋକସେବା ଭବନରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀବୃନ୍ଦ ସୌଜନ୍ୟମୂଳକ ସାକ୍ଷତ ଆଲୋଚନା କରିଥିଲେ । ରାଜ୍ୟ ସରକାର ତଥା ଜଳସମ୍ପଦ ବିଭାଗର ଏହି ସଫଳତା ଓଡିଶା ପାଇଁ ଗୌରବର କଥା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ବିଭାଗ ଦ୍ୱାରା ନିଷ୍ଠାର ସହ ଆହୁରି ଭଲ କାମ କରାଯିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ ଉପସ୍ଥିତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତୀ ଓ ଅନ୍ୟ ପଦାଧିକାରୀଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣାଧିନ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ଯେଉଁସବୁ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ଏବଂ ଚଳିତ ବର୍ଷ ଅତିରିକ୍ତ ଜଳସେଚନ ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଛି, ସେ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ମାନ୍ୟବର ଜଳସମ୍ପଦ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.