ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ସ୍ଥାନୀୟ ସଦଭାବନା ଭବନ ଠାରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I
ବିପର୍ଯ୍ୟୟ ସମୟରେ ଜିଲ୍ଲାସ୍ତର ରେ ତଥା ବ୍ଲକ ସ୍ତରରେ ବିଭିନ୍ନ ବିଭାଗର ଭୂମିକା ଏବଂ ଦାୟିତ୍ଵ ଗୁଡ଼ିକୁ ଦର୍ଶାଇବା, ଜରୁରୀକାଳୀନ ପ୍ରତିକ୍ରିୟା ଯୋଜନା ଗୁଡ଼ିକର ପର୍ଯ୍ୟାପ୍ତତା ତଥା ଫଳପ୍ରଦତା ଆଦି ର ସୁନିଶ୍ଚିତ କରିବା ଏବଂ ଉତ୍ସ , ମାନବ ସମ୍ବଳ, ଉପକରଣ, ଯୋଗାଯୋଗ ଆଦି କ୍ଷେତ୍ରରେ ଯଦି କୌଣସି ବ୍ୟବଧାନ ରହିଥାଏ ତେବେ ତାହାକୁ ଚିହ୍ନଟ କରିବା ଆଦି ହେଉଛି ଏହି ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ I
ବୈଠକରେ ମୁଖ୍ୟତଃ ବିପର୍ଯ୍ୟୟ ପୂର୍ବବର୍ତ୍ତୀ ପ୍ରାକ୍ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପରିଚାଳନା ତଥା ବିପର୍ଯ୍ୟୟ ପରବର୍ତ୍ତୀ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରିଥିଲେ I
ବୈଠକରେ ଜିରୋ କାଜୁଆଲିଟି , ସ୍ଥାନାନ୍ତରଣ, ଉଦ୍ଧାର କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା, ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରସ୍ତୁତ ରହିବା, ବିଛିନ୍ନାଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେବା, ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ସମସ୍ତ ବିଭାଗୀୟ ଅଧିକାରୀମାନେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ନିଜେ ସତର୍କ ରହିବା ସହିତ ଜନସାଧାରଣଙ୍କ ସତର୍କତା ଅବଲମ୍ବନ ପ୍ରତି ଧ୍ୟାନ ଦେବା ନିମନ୍ତେ ଜିଲ୍ଲାପାଳ ଡା. ଗଭାଲି ପରାମର୍ଶ ଦେଇଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ପ୍ରାକ୍ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ କହିଥିଲେ I
ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ର ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀ ଦାସରଥି ସରାବୁ, ରାଜସ୍ଵ ଅଧିକାରୀ ପ୍ରଶିକ୍ଷଣ କେନ୍ଦ୍ର, ଭୁବନେଶ୍ବର ର ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷକ ତଥା ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ବସନ୍ତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ, ପି. ଡି. ଡୁ.ଡା. ଶ୍ରୀ ଲଲିତ ସୋରେନ, ଡେପୁଟି କଲେକ୍ଟର (ଆପାତକାଳୀନ) ଶ୍ରୀମତୀ କୁନ୍ତୀରାଣୀ ନାୟକ, ସମସ୍ତ ବିଭାଗୀୟ ଅଧିକାରୀ, ଓଡ୍ରାଫ୍ ର ଅଧିକାରୀ, ଅଗ୍ନିସମ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.