ଭୁବନେଶ୍ୱର:ଚଳିତ ଜୁନ ୨୦ ତାରିଖ ମଙ୍ଗଳବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛିା ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲୁ୍ୟସନ୍ ଚିତ୍ର ଉତ୍ତୋଳନ କରାଯାଇ ଅଗଣିତ ଦର୍ଶକଙ୍କ ନିମନ୍ତେ ନିରବଚ୍ଛିନ୍ନ ଭାବେ ଘୋଷଯାତ୍ରାର ସିଧାପ୍ରସାରଣ କରାଯିବା ଏହା ଦ୍ୱାରା ଦର୍ଶନାଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବରେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବୋ ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରମାନଙ୍କର ପ୍ରଗଳ୍ଭ ଏବଂ ତାତ୍ତ୍ୱିକ ବିଶ୍ଲେଷଣାତ୍ମକ ବିବରଣୀ ଦର୍ଶକମାନଙ୍କ ନିକଟରେ ପରିବେଷଣ କରାଯିବା ବିଶେଷ କରି ବାବା ସତ୍ୟାନନ୍ଦ ଦାସ, ଉଦ୍ଘୋଷକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ, ଡ. ମୃତୁ୍ୟଞ୍ଜୟ ରଥ, ପଦ୍ମନାଭ ତି୍ରପାଠୀ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଡ. କଲ୍ୟାଣୀ ନନ୍ଦୀ ଆଦି ବିଶିଷ୍ଟ ପ୍ରବଚକମାନେ ଘୋଷଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ସହିତ ଦର୍ଶକମାନଙ୍କୁ ଭକ୍ତି ରସାମୃତରେ ଆହ୍ଲାଦିତ କରିବୋ ଡିଡି ଓଡ଼ିଆରେ ସିଧା ପ୍ରସାରଣ ସକାଳ ୮ଟାରୁ ଆରମ୍ଭ ହେବା ସହିତ ସକାଳ ୯ଟାରୁ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଡିଡି ଭାରତୀରେ ପ୍ରସାରଣର ବ୍ୟବସ୍ଥା କରାଯାଇଛିା ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ୍ୟୁଟୁ୍ୟବ୍ ଚାନେଲ୍ରେ ସକାଳ ୮ଟାରୁ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଉପଲବ୍ଧ ହେବା
ପ୍ରକାଶଯୋଗ୍ୟରେ ରାଜ୍ୟ ସରକାରଙ୍କ ଅଫିସିଆଲ୍ ପ୍ରସାରଣକାରୀ ଭାବେ ରଥଯାତ୍ରା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତିର ପ୍ରସାରଣ ମଧ୍ୟ କରାଯିବା ୨୧ ତାରିଖ ଦିନ ଆଡପମଣ୍ଡପ ବିଜେ, ୨୮ ତାରିଖ ଦିନ ବାହୁଡ଼ାଯାତ୍ରା ସମେତ ଜୁନ୍ ୨୯ ଓ ୩୦ ତାରିଖ ଏବଂ ଜୁଲାଇ ୧ ତାରିଖରେ ଯଥାକ୍ରମେ ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ନିମନ୍ତେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିା ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ତଥା ତତ୍ସମ୍ବନ୍ଧୀୟ ସିଧାପ୍ରସାରଣର ଅପୂର୍ବ ସୁଯୋଗ ଦୂରଦର୍ଶନ ମାଧ୍ୟମରେ ଲାଭ କରିବା ନିମନ୍ତେ ଉପମହାନିର୍ଦ୍ଦେଶକ ରିଜ୍ଓ୍ୱାନା ଅଖ୍ତାର୍ ଦର୍ଶକମାନଙ୍କୁ ଅନୁରୋଧ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.