ପିତୃ ମାତୃ ଦିବସ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମହେଶ୍ୱର ପ୍ରତିଭା ପରିଷଦ ପକ୍ଷରୁ ଚାରା ରୋପଣ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0

https://youtu.be/Ulwjicx1uvY

 ଉତ୍କଳମଣିଙ୍କ ନୀତି ଆଦର୍ଶକୁ ଆଦରି ସମସ୍ତେ ଜଣେ ଜଣେ ସଚ୍ଚା ମଣିଷ ହୋଇପାରିଲେ ସମାଜର ମଙ୍ଗଳ ସମ୍ଭବ ହୋଇପାରିବ- ଡ଼ଃ. ଅମରେନ୍ଦ୍ର ମହାନ୍ତି l 

(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ ): ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଓସ୍ତପୁର ନାଳିପଡିଆ ଠାରେ ପିତୃ ମାତୃ ଦିବସରେ ମହେଶ୍ୱର ପ୍ରତିଭା ପରିଷଦ ଓସ୍ତପୁର ଆନୁକୂଲ୍ୟରେ ସମାଜ ସଂସ୍କାରକ ଉତ୍କଳମଣି ଗୋପବନ୍ଧୁ ଦାଶ ଙ୍କ 95 ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ରେ ସେବା ଓ ସେବକ ସପ୍ତାହ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ରବିନ୍ଦ୍ରନାଥ ପଣ୍ଡା ଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ସଂଯୋଜନା କ୍ରମେ ମୁଖ୍ୟ ଅତିଥି ଭାବେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସମସ୍ତ ଙ୍କ ପାଇଁ ଉଦାହରଣ ପାଲଟିଥିବା ଗରିବ, ଅସହାୟ ଙ୍କ ସାଥି “ଆମ ମାହାଙ୍ଗା” ସ୍ଵେଛାସେବୀ ସଂଗଠନ ର ଅଧକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ଯୋଗଦାନ କରି ମାଟ୍ରିକ ପରୀକ୍ଷା ରେ ଟପର ହୋଇଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଜିର ଛାତ୍ର ଛାତ୍ରୀ ଆସନ୍ତା କାଲିର ଭବିଷ୍ୟତ ଏବଂ ଯିଏବି ଯେଉଁ ଚାକିରୀ କରୁ ସବୁବେଳେ ସମାଜର ମଙ୍ଗଳ ପାଇଁ ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଭଳି ଜଣେ ସଚ୍ଚା ଦେଶ ସେବକ ଭାବେ ଭଲ ମଣିଷ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ l

ମୁଖ୍ୟ ଵକ୍ତା ଭାବେ ଶିକ୍ଷାବିତ ଫକୀର ଚରଣ ନାୟକ ଯୋଗଦାନ କରି ଉତ୍କଳମଣୀ ଗୋପବନ୍ଧୁ ଦାଶ ଙ୍କ ଜୀବନ ଆଦର୍ଶ ସମ୍ପର୍କ ରେ ଗଭିର ଭାବେ ଆଲୋକପାତ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପରିବେଶବିତ ତଥା ପୂର୍ବତନ ପ୍ରଧାଶିକ୍ଷକ ଚିତ୍ତରଞ୍ଜନ ରାଉତ, ଶିଶୁକବି ମହେନ୍ଦ୍ରନାଥ ଘଡ଼େଇ, ପୂର୍ବତନ ଅନୁନିରୀକ୍ଷକ ଶ୍ୟାମସୁନ୍ଦର ଲେଙ୍କା, ପ୍ରାକ୍ତନ ବ୍ଲକ ଶିଖାଧିକାରୀ ପ୍ରସନ୍ନ କୁମାର ଦାସ, ପରିବେଶବିତ ନିରଞ୍ଜନ ସାହୁ, ପ୍ରଧାନଶିକ୍ଷକ ଦେବପ୍ରସାଦ କର, ଶିକ୍ଷୟିତ୍ରୀ ମିନତୀ ନାୟକ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ବିଜୟ କୁଅଁର ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସୁବାଷ ଓଝା, ହେମନ୍ତ ସାହୁ, ହୃଷିକେଶ ଦାସ, ତ୍ରିଲୋଚନ ପାଲ, ବିଦ୍ୟାଧର ବାରିକ, ଅରବିନ୍ଦ ବେହେରା, ରମେଶ ଷଣ୍ଡ, ଗୁନା ଦାସ ଙ୍କ ସମେତ ବହୁ ସମାଜସେବୀ ଯୋଗଦାନ କରି ସହଯୋଗ କରିଥିଲେ l ଶେଷରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ମାଟ୍ରିକ ପରୀକ୍ଷା ରେ ବ୍ଲକ ସ୍ତରରେ ଟପର ହୋଇଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାଲେପୁର ର କୃତି ଛାତ୍ର ଶୁଭ୍ରାଂଶୁ ବେହେରା ଏବଂ ରଘୁନାଥ ଜୀଉ ପଞ୍ଚାୟତ ବିଦ୍ୟାପୀଠ ମଣିଜୋରୀ ର ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ସେଠୀ ଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ପରିବେଶ ର ସୁରକ୍ଷା ପାଇଁ ଚାରା ରୋପଣ କରାଯାଇଥିଲା l

Leave A Reply

Your email address will not be published.