ସପ୍ତାହିକ ହାଟରେ ଖୁଡ଼ୁଖୁଡ଼ି ଖେଳ

0

ରାଇଘର ବ୍ଲକ /ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଲଙ୍ଗପାରା ଗ୍ରାମରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟରେ ଖୁଡ଼ୁଖୁଡ଼ି ଖେଳ ଚାଲୁଥିବା ଦେଖିବାକୁ ମିଳୁଛି। ଜଳଙ୍ଗପାରା ହାଟପଦା ଠାରୁ ପ୍ରାୟ ୫୦ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟଳୟ ପଛ ପଟେ ଖେଳ ଚାଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଥାନା ରେ ଖବର ଦେବା ପରେ ମଧ୍ୟ କୌଣସି କାର୍ଯାନୁଷ୍ଠାନ ନେଉନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ଏବଂ ଜୁଆଡ଼ି ମାନେ ଖୁଲମଖୁଲା ଖୁଡିଖୁଡ଼ି ଖେଳ ଚଳାଉଥିବା ଅଭିଯୋଗ ହେଉଛି।
ପ୍ରକାଶ ଥାଉକି;ମଣ୍ଡେଇ, ଯାତ୍ରା ଓ ସାପ୍ତାହିକ ହାଟ ଗୁଡ଼ିକରେ ଲୋକ ଗହଳି ରହୁଥିବା ଦେଖି ଜୁଆଡ଼ି ଏହି ସବୁ ସ୍ଥାନକୁ ଟାର୍ଗେଟ କରୁଛନ୍ତି। ହାଟ ବଜାରକୁ ଆସୁଥିବା ବହୁ ଲୋକ ଏହି ଖୁଡ଼ୁଖୁଡ଼ି ଖେଳ ଖେଳି ସର୍ବସ୍ବାନ୍ତ ହେଉଥିବା ଦେଖିବା ମିଳୁଛି |ଅନ୍ୟପଟେ ଖୁଡ଼ୁଖୁଡ଼ି ଖେଳ କରୁଥିବା ଲୋକ ଙ୍କୁ ପଚାରିବାରୁ ଆମେ ଏହି ଜୁଆ ଖେଳ କରିବାକୁ ଯାଇ ସମସ୍ତଙ୍କ କଥା ବୁଝୁଛୁ। ତେଣୁ ଆମର ଖେଳ ପକାଇବାରେ କିଛି ଅସୁବିଧା ନାହିଁ ବୋଲି କହିଥିଲେ । ଏହି ଖୁଡ଼ୁଖୁଡ଼ି ଖେଳ ବନ୍ଦ କରିବାକୁ ବାରମ୍ବାର ରାଇଘର ଥାନାରେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ତୁରନ୍ତ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.