ବାଲେଶ୍ୱର ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବାର କୁ ଓଡିଶା ସରକାର ଙ୍କ ପକ୍ଷରୁ 5 ଲକ୍ଷ ଟଙ୍କାର ସହାୟତା ପ୍ରଦାନ

0

: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସାଧୁବାଦ ଜଣାଇଲେ ଅଞ୍ଚଳବାସୀ l 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମ ପଞ୍ଚାୟତର କୁଆଁଡୋଳ ଗ୍ରାମର ଯୁବକ ଲକ୍ଷ୍ମୀଧର ସାହାଣୀଙ୍କ ପରିବାର ବର୍ଗଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଯାହାପାଇଁ ସାହାଣୀ ଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସାଧୁବାଦ ଜଣାଯାଇଛି l ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଶ୍ରୀ ଜେନା ଗଭୀର ଶୋକ ପ୍ରକାଶ କରିବା ସହ ମୃତ ସାହାଣୀ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ଏବଂ ଏହିଭଳି ଦୁଖଃଦ ସମୟରେ ମହାପ୍ରଭୁ ମୃତକଙ୍କ ପରିବାର କୁ ଦୃଢ ଧର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି କାମନା କରିଥିଲେ l ଏହି ସହାୟତା ରାଶିକୁ ସରକାର ଙ୍କ ପ୍ରତିନିଧି ତଥା କଟକ ଜିଲ୍ଲାର ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ,ତହସିଲଦାର ଦିଲ୍ଲୀପ ନାୟକ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବ୍ଲକ ଅଧକ୍ଷ ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ ଓଝା , ଜିଲ୍ଲା ପରିଷଦ ବିପ୍ଳବ କାପ , ସରପଞ୍ଚ , ସମିତି ସଭ୍ୟ , ପଞ୍ଚାୟତ ବୈଜ୍ୟୋଷ୍ଠ ମୁରବୀ ମାନେ ଉପସ୍ଥିତ ରହି ସାହାଣୀ ଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ l

Leave A Reply

Your email address will not be published.