ଭୁବନ ଏନ୍.ଏ.ସି ର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ଦୃତ ବିକାଶ ପାଇଁ ୫ ଟି ଷ୍ଟାଣ୍ଡଙ୍ଗି କମିଟି ଗଠିତ

0

ଚୋରି ରୋକିବାକୁ ସାରା ସହର ରେ ସି ସି କ୍ୟାମେରା ଲଗାଇବାକୁ ନିଷ୍ପତି |

ଭୁବନ – ଭୁବନ ଏନ୍ ଏ ସି ର ପଞ୍ଚମ ସାଧାରଣ ବୈଠକ ଆଜି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧକାରୀ ଶ୍ୟାମ ସୁନ୍ଦର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଓ କାଉନସିଲର ଙ୍କ ସହମତି ପରେ ପୂର୍ବ ବୈଠକକୁ ଦୃଢ଼ୀକରଣ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ୬ ନମ୍ୱର୍ ୱାର୍ଡ କାଉନସିଲର ସୁଶାନ୍ତ ନାୟକ ଅଭିଯୋଗ କରି କହିଥିଲେଯେ ଗତ ମାସରେ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଉଦଘାଟିତ ହୋଇଥିବା ପାଦଚଲା ରାସ୍ତା ଭାଙ୍ଗିରୁଜି ଗଲାଣି,ପରିଷଦ ଭେଣ୍ଡିଁ ଜୋନ ଭଡ଼ାରେ ନେଇ କିଛି ଅସାଧୁ ବ୍ୟବସାୟୀ ସେଠାରେ ଚୋରା ମଦ ବ୍ୟବସାୟ କରୁଛନ୍ତି ।ତୁରନ୍ତ ସେମାନଙ୍କୁ ଉଚ୍ଛେଦ କରି ନୂଆ ଲୋକଙ୍କୁ ଦିଆଯାଉ ବୋଲି ଦୃଢ ଦାବି କରିଥିଲେ । ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ ସହରରେ ଚୋରି ବୃଦ୍ଧି କୁ ନେଇ ଉଦବେଗ ପ୍ରକାଶ କରିବା ସହ ସାରା ସହରରେ ସି.ସି କ୍ୟାମେରା ଲଗାଇବାକୁ ଦାବି କରିଥିଲେ ।୧ ନମ୍ୱର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଜନସ୍ବାସ୍ଥ୍ୟ ବିଭାଗ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କହିଥିଲେଯେ , ଏନ୍.ଏ.ସି ରୁ କୌଣସି ଅନୁମତି ନନେଇ ନୂତନ ଭାବେ ନିର୍ମିତ ରାସ୍ତାକୁ ଖୋଳି ତାଡି ନଷ୍ଟ କରୁଛି ।ରାସ୍ତା ତିଆରି ହେବା ପରେ ପାଇପ ବିଛାଇବା ପାଇଁ ଖୋଳି ପକାଉଛି ବୋଲି କହିଥିଲେ ।ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ସୋନାଲି ନାୟକ ୧୫ ଦିନ ମଧ୍ୟରେ ଭାଙ୍ଗି ଯାଇଥିବା ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ଚୋରି ଡକାୟତି, ରାହାଜାନୀ ରୋକିବା ସକାଶେ ସାରା ସହର ରେ ସି.ସି କ୍ୟାମେରା ଲଗାଇବା ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯିବ ବୋଲି ନଗରପାଳ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ । ବ୍ରାହ୍ମଣୀ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସଠିକ୍ ଜାଗା ମାନଙ୍କରେ ବସି ନଥିବା ସଂପର୍କ ରେ ବହୁ କାଉନସିଲର ଅଭିଯୋଗ କରି ଜାଗା ପରିବର୍ତ୍ତନ ପାଇଁ ଦାବି କରିଥିଲେ । ପରିଷଦ ପାଇଁ ୪ ଚକିଆ ଯାନ ଭଡ଼ାରେ ଆଣିବାକୁ ସଂଖ୍ୟାଧିକ କାଉନସିଲର ବିରୋଧ କରିଥିଲେ । ଏନ୍ ଏ ସି ମଧ୍ୟରେ ସମୁଦାୟ ୭୮ ଟି ଗୋଷ୍ଠୀ ଶୌଚାଳୟ ର ପରିଚାଳନା ଦାୟିତ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନେଇଥିବା ସଂପର୍କରେ ନିର୍ବାହୀ ଅଧକାରୀ ସୂଚନା ଦେଇଥିଲେ ।ଏହି ବୈଠକରେ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ମନ୍ତ୍ରୀ ଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ଶକ୍ତି ପ୍ରସାଦ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଉପ ନଗରପାଳ ମାନିନୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.