ରାଇଘର/ ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୋସକଙ୍ଗା ପଞ୍ଚାୟତ ଆଦିପାରା ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ରେ ଶିଶୁ ଶ୍ରମିକ ନିୟୋଜିତ ରହିଥିବା ଦେଖିବାକୁ ମିଳିଛି। ସରକାର ଙ୍କ ମାଳ ମାଳ ଯୋଜନା ଏଠି ଫେଲ୍ ମାରିଛି। କଁଅଳ ବୟସ ରେ ଯେତେବେଳେ ଛାତ୍ରଛାତ୍ରୀ ଙ୍କ ହାତରେ କଲମ ରହିବା କଥା ସେତେବେଳେ କୋଦାଳ ଧରି ବାଲି ସିମେଣ୍ଟ ବୋହୁ ଥିବା ଦେଖିବାକୁ ମିଳିଛି। ଖରା ର ପ୍ରକୋପ ଯେଉଁ ଭଳି ଭାବରେ ବଢୁଛି ଏତେ ଖରା ରେ ପିଲାମାନେ ରାସ୍ତା କଡ ରେ ଥିବା ବିଦ୍ୟାଳୟ ରେ ବାଲି ସିମେଣ୍ଟ ବୋହୁଥିବା ନଜର କୁ ଆସିଛି। ଯାହା କି ଅତି ଦୁଃଖଦ ଘଟଣା |
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଜନହିତକର ଯୋଜନା କାର୍ଯ୍ୟ ଜିଲ୍ଲରେ ଚାଲୁଥିବାବେଳେ ଏହି ଉପାନ୍ତ ତଥା ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଦାଦନ ଖଟିବାକୁ ବୟସ୍କ ବ୍ୟକ୍ତି ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ଶୋଷଣର ଶିକାର ହୋଉଥିବାବେଳେ ନାବାଳକ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରି ଦଲାଲ, ଠିକାଦାର ଓ କର୍ମଚାରୀ ମାଲେମାଲ ହୋଉଥିବା ଦେଖିବାକୁ ମିଳିଛି |
Sign in
Sign in
Recover your password.
A password will be e-mailed to you.