ରାଜ୍ଯ ସମ୍ପାଦକଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର : ଉଦଘାଟନ କଲେ ବିଧାୟିକା

0

ପଦ୍ମପୁର :ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ରାଜୁ ଘିବେଲାଙ୍କ ୪୮ ତମ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୂଲ୍ୟରେ ସ୍ଥାନୀୟ ଉଦୟନାଥ ଫର୍ଣ୍ଣିଚର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଓ ଯୁବନେତା ଭୋଜରାଜ ସିଂ ବରିହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ସହିତ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ l ଉକ୍ତ ଶିବିରରେ ବିଧାୟିକାଙ୍କୁ ପଡାର ଶତାଧିକ ମହିଳା ଉପସ୍ଥିତ ହୋଇ ସ୍ୱାଗତ କରିଥିଲେ l ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଏହି ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାର ଅଧିକାରୀ ସଂଗ୍ରାମ କେଶରୀ ମହନ୍ତ, ସୁମିତ୍ ସିହ୍ନା ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ମହାନ୍ତି, ଦେବାଶିଷ ପଟ୍ଟନାୟକ, ଭରତ ପଣ୍ଡା, ସୁମିତ୍ ଘିଭେଲା, ଅମିତ୍ ଘିଭେଲା, ଉମେଶ ନାଏକ, ବିକାଶ ନାଏକ, ରଘୁନନ୍ଦନ ଦେଓ, ମଙ୍ଗଳୁ ନିଆଲ, ରାଜେନ୍ଦ୍ର ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.