ରକ୍ତଦାନ ଶିବିର ଓ ସହାୟତା ପ୍ରକୋଷ୍ଠ ଉଦ୍ଘାଟିତ

0

ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସ୍ ଓ ବାଙ୍ଗାଲୁରୁ-ହାଓ୍ୱାଡ଼ା ଏକ୍ସପ୍ରେସ୍ ଦୁର୍ଘଟଣାରେ ମୃତାହତ ଏବଂ ଅତି ଗୁରୁତର ଆହତ ହୋଇଥିବା ଜନସାଧାରଣ ଓ ତାଙ୍କର ଆତ୍ମୀୟସ୍ୱଜନ ପରିବାରଙ୍କ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସି.ଏଫ୍.ଆର୍ ସେ୍ୱଚ୍ଛାସେବୀ ସଂଗଠନଙ୍କ ସହାୟତାରେ ଜନସାଧାରଣଙ୍କୁ ୨୪ ଘଣ୍ଟା ସହାୟତା ପ୍ରଦାନ କରିବା ପାଇଁ ଏକ ସହାୟତା ପ୍ରକୋଷ୍ଠ କ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱରଠାରେ ଉଦ୍ଘାଟିତ ହେବା ସହ ଉକ୍ତ ରେଳ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ମାଗଣାରେ ରକ୍ତ ପ୍ରଦାନ ପାଇଁ ପ୍ରାଧିକରଣଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ପ୍ରଶାସନକୁ ପ୍ରଦାନ କରାଯାଇଥିଲାା

Leave A Reply

Your email address will not be published.