ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଙ୍ଘର ଧର୍ମଘଟ ପ୍ରତ୍ୟାହୄତ ।

0

ପଦ୍ମପୁର/ନୀଳ ଦୀପ -ଗତ ୧ ତାରିଖରୁ ଓଡ଼ିଶା ପରିବହନ ନିଗମ ପଦ୍ମପୁର ଶାଖା କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦିବୀ ନେଇ ଧର୍ମଘଟ ଜାରି ରଖିଥିଲେ ।ଏହି ପରିପ୍ରେକ୍ଷୀରେ ତା୨୫/୦୯/୨୦୧୮ ମଙ୍ଗଳବାର ଦିନ ଅପରାହ୍ନ ୫ଘଣ୍ଟା ସମୟରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆନ୍ଦୋଳନରତ କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଡି.ପି.ଏମ ସମ୍ବଲପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ପୁଝାରୀ  କର୍ମଚାରୀ ମାନଙ୍କ ଦାବି ପୂରଣ ନିମନ୍ତେ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ଯଥାଶୀଘ୍ର ଦାବି ପୂରଣ ଉପରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚନ୍ଦ୍ରାକର ଜନସାଧାରଣଙ୍କ ସ୍ବାର୍ଥ ତଥା ଆଗାମୀ ପୂଜାପାର୍ବଣକୁ ଆଖିରେ ରଖି ବସ ଚଳାଚଳକୁ ଜାରି ରଖିବା ପାଇଁ କର୍ମଚାରୀ ସଂଘର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ । ଏହି ଆଲୋଚନାରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ଶାଖାର ଇନଚାର୍ଜ ଶ୍ରୀ ସର୍ବେଶ୍ବର ପାଳ,ନାଗରିକ କମିଟିର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତ୍ରିପାଠୀ,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ନିରୋଜ ଦୋରା,ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର କୁମାର ଭୋଇ, ଓକିଲ ରାଧାବଲ୍ଲଭ ପାଣିଗ୍ରାହୀ,ବିଜେଡି ଟାଉନ ସଭାପତି ଶ୍ରୀଯୁକ୍ତ ନବକିଶୋର ସାହୁ,ବିଜେପି ନଗର ସଭାପତି ଶ୍ରୀଯୁକ୍ତ ସୁନିଲ ଅଗ୍ରୱାଲ,ପୋଲିସ ବିଭାଗ ତରଫରୁ ପଦ୍ମପୁର ଆଇ.ଆଇ.ସି କେ ପ୍ରିୟଙ୍କା ରାଉତରାୟ,ଓଏସଆରଟିସି କର୍ମଚାରୀ ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମାଝୀ,ସମ୍ପାଦକ ଶ୍ରୀଯୁକ୍ତ ଥବୀର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ସଭାଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.