ଭୁବନେଶ୍ୱର: ରାଜ୍ୟର ୧୧୫ ଗୋଟି ପୌରାଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରମୁଖ ପରିମଳ କର୍ମଚାରୀ ମାନଙ୍କୁ ଗରିମା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯିବ I ଓଡ଼ିଶା ସରକାର ୨୦୨୦ ରେ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ୟ୍ୟାଦା ଓ କଲ୍ୟାଣ ପାଇଁ ଭାରତର କୌଣସି ରାଜ୍ୟ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରଥମ ଯୋଜନାର ପ୍ରଚଳନ କରିଥିଲେ। ଏଥିରେ ସଫେଇ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଏକ ବ୍ୟାପକ ପ୍ୟାକେଜ ପ୍ରଦାନ କରାଯିବା ବ୍ୟବସ୍ଥା ଯାହା ମୁଖ୍ୟ ସଫେଇ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସେବା ସ୍ତରୀୟ ଲାଭ, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭ ସୁନିଶ୍ଚିତ କରିବ।
ଗରିମା ଯୋଜନାରେ କେବଳ ପ୍ରମୁଖ ପରିମଳ କର୍ମୀ ସାମିଲ ଅଛନ୍ତି ଯେଉଁମାନେ ମାନବ ମଳ ବର୍ଜ୍ୟବସ୍ତୁର କାରବାର କରନ୍ତି। ଗରିମା ଅଧିନରେ ମୂଳ ପରିମଳ କାର୍ୟ୍ୟରେ (୧ ) ଅନସାଇଟ ପରିମଳ ବ୍ୟବସ୍ଥାକୁ ସ୍ଥାନାନ୍ତରିତ କରିବା, (୨ ) ସ୍ୱେରେଜ୍ ରକ୍ଷଣାବେକ୍ଷଣ, (୩ ) ଡ୍ରେନ୍ ସଫେଇ, (୪) ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମଳତ୍ୟାଗ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ, ଏବଂ ସଫେଇ, ସାଧାରଣ ଓ ଗୋଷ୍ଠୀ ଶୌଚାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣ, ଯେଉଁଥିରେ ବିଭିନ୍ନ ମାତ୍ରାରେ ମନୁଷ୍ୟ ମଳର ବ୍ୟବହାର କରାୟାଇଥାଏ ।
ଗରିମା ଯୋଜନାରେ ମିଳୁଥିବା ବିଭିନ୍ନ ସୁରକ୍ଷା ଓ ସୁବିଧା ଯେପରି ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନ ଦିଆଯିବ l ଏହି ଯୋଜନାରେ ସାମିଲ ହେବାକୁ ଥିବା ମୁଖ୍ୟ ପରିମଳ କାର୍ୟ୍ୟ କରୁଥିବା ପ୍ରକୃତ ଶ୍ରମିକମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟ ପରିମଳ କର୍ମଚାରୀଙ୍କ ସର୍ବେକ୍ଷଣ କରାଯାଇ ଥିଲା। କୋର ସଫେଇ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରାୟାଇଥିଲା, ଯାହା ପରେ ବୈଧତା ପ୍ରକ୍ରିୟା କରାୟାଇଥିଲା। ଯେଉଁ ପ୍ରମୁଖ ପରିମଳ କର୍ମୀମାନେ ବୈଧତା ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କୁ ଆଇଡି ନମ୍ବର ସହିତ ଏକ ଗରିମା ଆଇଡି ପ୍ରଦାନ କରାୟାଉଛି, ଯାହା ସାମାଜିକ ସୁରକ୍ଷା ଲାଭ ଏବଂ ସେବା ସ୍ତରୀୟ ଲାଭ ସହିତ ସମସ୍ତ ଲାଭ ପାଇଁ ସେମାନଙ୍କର ୱାନ୍ ଷ୍ଟପ୍ ସୂଚନା ପଏଣ୍ଟ ଭାବେ କାର୍ୟ୍ୟ କରିବ।
ପ୍ରଥମ ପର୍ୟ୍ୟାୟରେ ୫ଟି କର୍ପୋରେସନ ଓ ପୁରୀ ପୌରସଂସ୍ଥାରେ ୩୯୨୫ ଜଣ କୋର ପରିମଳ କର୍ମୀଙ୍କୁ ପରିଚୟ ପତ୍ର ବଣ୍ଟନ କରାୟାଇଥିଲା। ଏବେ ଦ୍ୱିତୀୟ ପର୍ୟ୍ୟାୟରେ ଆସନ୍ତା ୫ ତାରିଖ”ବିଶ୍ୱ ପରିବେଶ ଦିବସ” ଅବସରରେ ଅବଶିଷ୍ଟ ସହରାଞ୍ଚଳର ୫୭୨୫ ପ୍ରମୁଖ ସଫେଇ କର୍ମଚାରୀଙ୍କୁ ପରିଚୟ ପତ୍ର ବଣ୍ଟନ କରାୟିବ।
ଏ ନେଇ ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ବିଏମସି ଓ ଏସଏମସି କମିଶନରଙ୍କ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍ ଏ ସି କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଗରିମା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀ ଚିହ୍ନଟ ଓ ପରିଚୟ ପତ୍ର ପ୍ରସ୍ତୁତି ନିର୍ଦ୍ଧାରିତ ସମୟରେ ସରିଛି, ଏବେ ୫ ତାରିଖ ବିଶ୍ୱ ପରିବେଶ ଦିବସରେ ଚିହ୍ନଟ ହୋଇଥିବା ସମସ୍ତଙ୍କୁ ପରିଚୟ ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି। ବିଶିଷ୍ଟ ବ୍ୟକ୍ତି/ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ପରିଚୟ ପତ୍ର ବଣ୍ଟନ କାର୍ୟ୍ୟକ୍ରମକୁ ସକରାତ୍ମକ ଢଙ୍ଗରେ ଆୟୋଜନ କରିବା ଏବଂ କାର୍ୟ୍ୟକ୍ରମରେ ପ୍ରତ୍ୟେକ ସିଏସଡବ୍ଲ୍ୟୁ ନିଜର ପରିଚୟ ପତ୍ର ଗ୍ରହଣ କରିବା ପାଇଁ ଦୟାକରି ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.