ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ତୃତୀୟ ବ୍ୟାଚ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଦୁଇ ଦିବସୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର (ତୃତୀୟ ବ୍ୟାଚ), କଳିଙ୍ଗ ଷ୍ଟାଡ଼ିୟମ, ଭୁବନେଶ୍ୱରଠାରେ ଉଦଘାଟିତ ହୋଇଯାଇଅଛିା ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀଯୁକ୍ତ ଭଗବାନ ବେହେରା, କ୍ରୀଡ଼ା ତଥା ଯୁବସେବା ବିଭାଗର ବୈଷୟିକ ନିର୍ଦ୍ଦେଶକ ଲେପଫନାଣ୍ଟ କର୍ଣ୍ଣେଲ ଏ. ରାଜେଶ, କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ଖେଳବିଜ୍ଞାନ ବିଶେଷଜ୍ଞ ପ୍ରଫେସର ଡ. ସୌମିତ୍ର ମଣ୍ଡଳ ଆଦି ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ୱ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୮୦ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦାନ କରିଛନ୍ତିିା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶନରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ତଥା ଅନୁଭବୀ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଧନକର୍ମୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଅଛନ୍ତିା
କ୍ରୀଡା ଓ ଯୁବସେବା ବିଭାଗର ବଳିଷ୍ଠ ସହଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଶାରୀରିକ ଅଭିବୃଦ୍ଧି ଓ ବିକାଶ, ଶାରୀରିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାର ଉପାୟ, ଖେଳ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା, ଖେଳରେ ନୈତିକତା, ଯୋଗାସନ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ଇତ୍ୟାଦି ଅନେକ ଯୁଗୋପଯୋଗୀ ବିଷୟମାନଙ୍କର ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛିା
କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯକ୍ରମର ସଫଳ ରୂପାୟନରେ କ୍ରୀଡା ତଥା ଯୁବସେବା ବିଭାଗର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ରହିଛିା ଆଗକୁ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିବା

 

Leave A Reply

Your email address will not be published.