ବାସୁଦେବପୁର/ପ୍ରତାପ ପାଢ଼ୀ – ବାରମ୍ବାର ବିଦ୍ୟୁତ୍ କାଟ ଓ ଲୋ ଭଲତେଜ କୁ ବିରୋଧ କରି ବିଦ୍ୟୁତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ବିଜେପି କାର୍ଯ୍ୟ କର୍ତ୍ତା। ବର୍ତ୍ତମାନ ରାଜ୍ୟରେ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେଉଛି. ହେଲେ ବିଦ୍ୟୁତ ବିଭାଗର ବେପରୁଆ ନୀତି ଯୋଗୁ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି. କେତେ ବେଳେ ରାତି 10ଘଟିକା ଠାରୁ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଚିତ ପୁଣି କେତେ ବେଳେ କାହାକୁ କିଛି ନକହି ଦିନ ତମାମ ବିଦ୍ୟୁତ କାଟ କରାଯାଉଛି, ଏହା ଛଡା ଲୋ ଭଲ ତେଜ ଫଳ ରେ ପଙ୍ଖା ଘୁରୁ ନାହିଁ. ଏହାକୁ ବିରୋଧ କରି ଆଜି ବାସୁଦେବପୁର ବିଜେପି ପକ୍ଷରୁ ବିଦ୍ୟୁତ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ତାଲା ପକାଇ ଧାରଣା ଦେଇଛନ୍ତି. ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବା ସହିତ ବିଦ୍ୟୁତ କାର୍ଯ୍ୟାଳୟକୁ ସବୁଦିନ ବନ୍ଧ କରିଦେବ ବୋଲି ନେତା ଉଦୟ ନାରାୟଣ ମଲ୍ଲିକ କହିଛନ୍ତି। ଆଜିର ଏହି ଧାରଣା ରେ ଉଦୟ ନାରାୟଣ ମଲ୍ଲିକ ଙ୍କ ସହ ମାନସ ସାହୁ, ରାଜେନ୍ଦ୍ର ବାରିକ୍, ମହେଶ୍ୱର ଧଳ, ଯୁବ ମୋର୍ଚ୍ଚା ସଭାପତି ତାଯୁ ଖାନ, ପଞ୍ଚା ନନ ସେନାପତି , ଜଗବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.