ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ରାଜ୍ୟ ବ୍ୟାପୀ ଅମଲା ସଂଘ ର ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣାର ପ୍ରଭାବ ଘୁ.ଉଦୟ ଗିରି ରେ ଦେଖିବାକୁ ମିଳିଛି I ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ଦାବୀରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ଗ୍ରେଡ଼ ପେ ୧୯୦୦ ରୁ ୪୨୦୦କୁ ବୃଦ୍ଧି ନିମନ୍ତେ ଜୁନ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାରାରାଜ୍ୟରେ ସମୂହ ଛୁଟି ଓ ଶାନ୍ତିପୂର୍ଣ୍ଣ ଧାରଣାକୁ ସମର୍ଥନ ଦେଇଛନ୍ତି ସ୍ଥାନୀୟ ଅମଲା ସଂଘର କର୍ମକର୍ତ୍ତା I ଆଜିର ଏହି ଅମଲା ସଂଘ କାର୍ଯ୍ୟବନ୍ଦ ସ୍ଥାନୀୟ ତହସିଲ, ବ୍ଲକ, ଟ୍ରେଜେରି ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି I ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସରକାରୀ କାର୍ଯ୍ୟରେ ବାଧା ଉପୁଜିଛି I ଆଜିର ଶାନ୍ତିପୂର୍ଣ୍ଣ ଧାରଣାରେ ଗୀତାଞ୍ଜଳି ଦାଶ, ଆଶିଷ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଚିତ୍ତରଞ୍ଜନ ପାଢ଼ୀ, ପୁଷ୍ପାଶ୍ରୀ ପଣ୍ଡା, କାଶୀନାଥ ସେଠୀ, ଶିଶିର କାନ୍ତ ଦିଗାଲ, ପ୍ରଦୀପ କଁହର, ହରପ୍ରସାଦ ରାଉତ ରାୟ,ସାନନ କଁହର, ବିଶ୍ୱଜିତ ନାୟକ, ବିକାଶ ଚନ୍ଦ୍ର ପ୍ରଧାନ, ଶ୍ୟାମା ଦୀପିକା ପ୍ରଧାନ, ପି.ଅଶୋକ କୁମାର ପାତ୍ର, ମୃତ୍ୟୁଞ୍ଜୟ ଦଳବେହେରା, ବୀରେନ୍ଦ୍ର ପ୍ରଧାନ, କେଦାର ଚନ୍ଦ୍ର ଦିଗାଲ, ସୁଶାନ୍ତ କୁମାର ନାୟକ, ଧିରେନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I
Sign in
Sign in
Recover your password.
A password will be e-mailed to you.