ପାଇକମାଲ: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ସବୁବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ଗୁଡ଼ିକୁ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।ଅନେକ ସମୟରେ ନିମ୍ନ ମାନର କାମ ହୋଇଥିଲେ ବିଭାଗୀୟ ଅଧିକାରୀ ମାନଙ୍କୁ ଏଭଳି କାମ କରିବାରୁ ବିରତ ରହିବା ପାଇଁ ମଧ୍ୟ କହିଥାନ୍ତି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି,ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅଧିନସ୍ଥ ତେଲମହୁଲ ବ୍ରିଜରେ ।ଗତ କିଛି ବର୍ଷ ପୂର୍ବରୁ ଏହି ବ୍ରିଜ କାମ ସଂମ୍ପୁର୍ଣ ହୋଇଥିଲେ ସୁଦ୍ଧା ନିମ୍ନ ମାନର କାମ ଯୋଗୁଁ ତାହା ମଧ୍ୟରୁ ଲୁହା ରଡ଼ ଗୁଡିକ ରାସ୍ତା ଉପରକୁ ଉଠିଥିଲା ଯାହାକି ମଟର ସାଇକେଲ ତଥା ଚାରିଚକିଆ ଗାଡ଼ି ମାନଙ୍କୁ ଦୁର୍ଘଟଣା ଘଟାଇବା ପାଇଁ ଆହ୍ୱାନ ଦେଉଥିଲା।ଏହି ଘଟଣା ବାବଦରେ ଜଣେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଠାରୁ ଜାଣିବା ପରେ ଦୀପା ଉକ୍ତ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ସେ ଟୁଇଟ ମାଧ୍ୟମରେ କହିଥିଲେ ଯେ ଏହା ହେଉଛି ଦିପ୍ତିପୂର ରୁ ବିଜେପୁର ରାସ୍ତା ମଝିରେ ଥିବା ପୂର୍ତ୍ତବିଭାଗ ରାସ୍ତା ଅଧିନସ୍ତ ତେଲମହୁଲ ବ୍ରିଜର ଦୃଶ୍ୟ। କିଛି ଦିନ ପୂର୍ବରୁ ହୋଇଥିବା ଏହି କାମ ନିରୀକ୍ଷଣ କରୁଥିବା ଯନ୍ତ୍ରୀଙ୍କ ଅପାରଗତା ପାଇଁ ଆଜି ଏହି ରାସ୍ତା ମରଣଜନ୍ତା ପାଲଟିଛି। ତୁରନ୍ତ ମରାମତି ଆବଶ୍ୟକ।
ଏହି ଟୁଇଟ ପାଇବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା, ବରଗଡ଼ ଜିଲ୍ଲା ପୁର୍ତ୍ତ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଟୁଇଟ ମାଧ୍ୟମରେ ଶୀଘ୍ର ରାସ୍ତା ଗୋଟିଏ ଦିନ ମଧ୍ୟରେ ମରାମତି କରାଯିବ ବୋଲି ଉତ୍ତର ରଖିଥିଲେ ।ଏହାହିଁ ହେଲା ,ରାତାରାତି ଉକ୍ତ ବ୍ରିଜକୁ ମରାମତି କରାଯାଇଛି।ପରଦିନ ସକାଳୁ ବାହାରିଥିବା ଲୁହା ରଡ଼ ଗୁଡ଼ିକୁ କଂକ୍ରିଟ ଦ୍ୱାରା ଆଚ୍ଛାଦିତ କରାଯାଇଛି ଯାହାଫଳରେ ଦୁର୍ଘଟଣାର ଯେଉଁ ଆଶଙ୍କା ସୃଷ୍ଟି ହେଉଥିଲା ତାହା ବର୍ତ୍ତମାନ ଦୂର ହୋଇଛି।
ଦୀପାଙ୍କ ଗୋଟିଏ ଟୁଇଟ ମାଧ୍ୟମରେ ରାତାରାତି ବ୍ରିଜ ମରାମତି ହୋଇଥିବାରୁ ଦୀପାଙ୍କ ଏହି କାମକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।ଅପରପକ୍ଷରେ ଦୀପା ଏହି ତ୍ୱରିତ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି
Sign in
Sign in
Recover your password.
A password will be e-mailed to you.