୫-ଟି ଉପକ୍ରମରେ ଲଗାତାର ତଦାରଖ ଆଣୁଛି ତତ୍ପରତା

0

ସରିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ୮୫%କାମ, ଜୁଲାଇ ସୁଦ୍ଧା ସାରିବା ଲକ୍ଷ୍ୟ

୫-ଟି ସଚିବଙ୍କ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମୀକ୍ଷା

  • ନୂଆ ରୂପ ନେଉଛି ବସ୍‌ ଟର୍ମିନାଲ

  • ଜୁଲାଇ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ

  • ଦୈନିକ ଚାଲିବ ୨ ହଜାର ବସ୍‌

ଭୁବନେଶ୍ୱର(ଶାସକ ପ୍ରଶାସକ): ୫-ଟି ଉପକ୍ରମରେ ଲଗାତାର ତଦାରଖ ଆଣୁଛି ତତ୍ପରତା | ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କ ଲଗାତାର ସମୀକ୍ଷା, ତଦାରଖ, ଆଉ ତାଗିଦ ଆଣୁଛି ରଂଗ , କାର୍ଯ୍ୟାନ୍ୱୟନରେ ତତ୍ପରତା | ୧୫ ମାସରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ କାର୍ଯ୍ୟକ୍ଷମ ହେବ ପରେ ଖୁବ ଶୀଘ୍ର ଏହି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ |
୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର କାର୍ଯ୍ୟ ଜାରି ରହିଥିବା ବେଳେ ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍‌ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସ୍‌ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍‌ଜିଟ୍ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍‌ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, Excavator, Elevator, ବହୁତଳୀୟ କାର୍‌ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ Pick-Up ଓ Drop-Off ବ୍ୟବସ୍ଥା ରହିବ । ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ Wi-Fi ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତତ୍‌ବ୍ୟତିତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ବସ୍‌ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା – ବିଶାଖାପାଟନା, ହାଇଦ୍ରାବାଦ,ରାୟପୁର, ରାଞ୍ଚି, କୋଲକତା ଓ ବେଙ୍ଗାଲୁର ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବସ୍‌ ଚଳାଚଳ କରାଯିବ।
ଏହି ସମୀକ୍ଷା ସମୟରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ଶ୍ରୀ ବଲବନ୍ତ ସିଂ, ବିଏମସି କମିଶନର ଶ୍ରୀ ବିଜୟ ଅମୃତରାଜ କୁଲାଙ୍ଗେ, ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.