ଭୁବନେଶ୍ୱର: ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନୂତନ ଶିଳ୍ପ ପ୍ରୋତ୍ସାହନ ନୀତିର ଶୁଭାରମ୍ଭ ସ୍ୱରୂପ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିକାଶ ନୀତି ୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨, ଓଡ଼ିଶା ରପ୍ତାନୀ ନୀତି ୨୦୨୨ କାର୍ଯ୍ୟକାରୀ ହେଉଛିା ଏହି ନୂତନ ଶିଳ୍ପନୀତି ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରୁ ୨୮୦ କୋଟି ଆର୍ଥିକ ପ୍ରୋତ୍ସାହନ ସହ ୨୫୦୭ ଏମ୍ଏସ୍ଏମ୍ଇୟୁନିଟ୍କୁ ବଣ୍ଟନ କରାଯାଇଛିା ଗତ ବର୍ଷ (୨୦୨୨-୨୩ ଆର୍ଥିକ ବର୍ଷ)ରେ ପ୍ରୟ ୫୦ କୋଟି ଟଙ୍କା ବିଭିନ୍ନ ନୀତି ଅନୁଯାୟୀ ଏମ୍ଏସ୍ଏମ୍ଇମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |
ଶ୍ରୀ ଦେବଙ୍କ କହିବା ଅନୁଯାୟୀ “ଏମ୍ଏସ୍ଏମ୍ଇ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ରପ୍ତାନୀ ଅଭିବୃଦ୍ଧି ଘଟିଛିା ରପ୍ତାନୀ୨୦୦୧-୦୨ ଆର୍ଥିକ ବର୍ଷରେ ୫୬୨.୭୦ କୋଟିରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧,୩୨,୪୦୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛିା ଏମ୍ଏସ୍ଏମ୍ଇର ସଫଳତା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଉଲ୍ଲେଖନୀୟ ଋଣ ପ୍ରଦାନ କରାଯାଉଛିା ୧୯୯୯-୨୦୦୦ ଆର୍ଥିକ ବର୍ଷରେ ୧୭୦.୩୮ କୋଟିରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୬୨୨୨୮.୮୧ କୋଟିକୁ ବୃଦ୍ଧି ପାଇଛି”
ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏମ୍ଏସ୍ଏମ୍ଇ ପାର୍କ ସଂପର୍କରେ ସୂଚନା ଦେଇଥିଲୋ ସେ କହିଲେ ଯେ ମୁଖ୍ୟତଃ ରାଜ୍ୟ ପାଣ୍ଠି ରୁ ପ୍ରତ୍ୟେକ ଜିଲ୍ଲାରେ ଏମ୍ଏସ୍ଏମ୍ଇ ପାର୍କଗୁଡ଼ିକ ବିକଶିତ କରାଯାଇଛିା ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଡିଆଇସି ମାଧ୍ୟମରେ ୧୬୦୦ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ କରାଯାଇଥିଲାା ୧୬୦୦ଟି ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୪୯୫୯୬ ଓଡ଼ିଶା ଷ୍ଟାର୍ଟଅପ୍ ନୀତି ୨୦୧୬ ଅଧିନରେ “ଷ୍ଟାର୍ଟଅପ୍ ଓଡ଼ିଶା’ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଏବଂ ଇନ୍କୁ୍ୟବେଟରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛିା ଆଜି ପର୍ଯ୍ୟନ୍ତ ୨୨୪ ଷ୍ଟାର୍ଟଅପ୍ ମାସିକ ଭତ୍ତା ଅନୁଦାନ, ୮୬ ଷ୍ଟାର୍ଟଅପ୍ ପାଇଁ ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ଅନୁଦାନ, ୧୭ ଷ୍ଟାର୍ଟଅପ୍ ପାଇଁ ଆବଶ୍ୟକତାଭିତ୍ତିକ ସହାୟତା ଏବଂ ୮୬ ଷ୍ଟାର୍ଟଅପ୍ ପାଇଁ ସବ୍ସିଡିଯୁକ୍ତ ଇନ୍କୁ୍ୟବେସନ୍ ପ୍ରଦାନ କରାଯାଉଛିା ମୋଟ ଉପରେ ଗତ ୨ ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍ ଏବଂ ଇନ୍କୁ୍ୟବେଟରକୁ ୧୮.୬୩ କୋଟି ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛିା
ଓଡ଼ିଶାର ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍ ର୍ୟାଙ୍କିଂରେ ଟପ୍ ପରଫର୍ମର ମାନ୍ୟତା ପାଇଛିା ଏହା ସହ ଜାତୀୟ ଏମ୍ଏସ୍ଏମ୍ଇ ସମ୍ମାନରେ ସମ୍ମାନିତ ହୋଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲୋ
ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.