ଭୁବନେଶ୍ୱର, ୩୧ ।୫: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ୮୧.୧୨ ପ୍ରତିଶତ ରହିଥିବା ବେଳେ କିସରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍ ହାର ଶତ ପ୍ରତିଶତ ରହିଛି। ବିଜ୍ଞାନରେ ୪୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ମଧ୍ୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
କନ୍ଧମାଳର ଝିଅ ସ୍ମିତାରାଣୀ ମଲ୍ଲିକ (କନ୍ଧ) ବାଣିଜ୍ୟରେ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ସେହିପରି ବିଜ୍ଞାନରେ ଝାଡ଼ଖଣ୍ଡର କାଜଲ ମାର୍ଡି (ସାନ୍ତାଳ) ୮୨ ପ୍ରତିଶତ ନମ୍ବର କଲେଜ ଟପ୍ପର ହୋଇଛନ୍ତି।
କିସ୍ର ଫଳାଫଳରେ ଆନନ୍ଦ ପ୍ରକାଶ କରିବା ସହ କୌଣସି ସ୍କୁଲରେ ଜନଜାତି ପିଲାମାନେ ପ୍ରତିବର୍ଷ ଲଗାତାର ଶତ ପ୍ରତିଶତ ସଫଳତା ପାଇବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟର ବିଷୟ ଓ ଠାକୁରଙ୍କ ଆଶୀର୍ବାଦ ବିନା ସମ୍ଭବ ନୁହେଁ ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। ଏହି ସଫଳତା ପଛରେ ନିରନ୍ତର ଉଦ୍ୟମ ଜାରି ରଖିଥିବା ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.