ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆର.ଆଇ.ଇ. ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ପାଞ୍ଚଦିନିଆ ପ୍ରବେଶକାଳୀନ ତାଲିମ ଶିବିର ଆର.ଆଇ.ଇ. ଭୁବନେଶ୍ୱରଠାରେ ଉଦଘାଟିତ ହୋଇ ଯାଇଛିା ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଓ ନୈତିକ ଶିକ୍ଷା ଉପରେ ଗୁରୁିତ୍ୱ ଦେଇଥିଲୋ ତାଲିମ ସମୟରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଦ୍ୱାରା ବିଭିନ୍ନ ଶିକ୍ଷଣ କୌଶଳ ଲାଭ ପାଇଁ ସେ ପରାମର୍ଶ ଦେଇଥିଲୋ ଆରଆଇଇର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରଓ୍ୱାଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଚରିତ୍ର ଗଠନ ଓ ଶିକ୍ଷକ ସେମାନଙ୍କ ପାଇଁ ଏକ ରୋଲ ମଡେଲ ହେବାକୁ ପ୍ରେରଣା ଦେଇଥିଲୋ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିିନୀ ମିଶ୍ର ଶିକ୍ଷକମାନେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବେ ସେ ବିଷୟରେ ଆହ୍ୱାନ ଦେଇଥିଲୋ
ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଏହି ତାଲିମ ସମୟରେ ବିଭାଗର ବିବିଧ କାର୍ଯ୍ୟକ୍ରମ ବିଷୟରେ ସୂଚନା ଯଥା ସରକାରୀ ସେବା ଓ ଶୃଙ୍ଖଳା ନୀତିନିୟମ, ଓଡିଶା କ୍ୟାରିଅର ପୋର୍ଟାଲ, ଜାତୀୟ ଶିକ୍ଷା ନୀତି, ଧନ୍ଦାମୂଳକ ଶିକ୍ଷା, ଧାରାଣୀୟ ବିକାଶ, ସାମସ୍ ପୋର୍ଟାଲ, ଶ୍ରେଣୀଗୃହ ପରିଚାଳନା କୌଶଳ, ରାଗିଙ୍ଗମୁକ୍ତ କ୍ୟାମ୍ପସ, ସମଗ୍ର ଶିକ୍ଷା ଓ ଷ୍ଟାରସ କାର୍ଯ୍ୟକ୍ରମ, ଆଇସିଟି ଯୁକ୍ତ ଶିକ୍ଷା, ମୋ ସ୍କୁଲ ଆଦି ବିଷୟରେ ଆଲୋଚନା ହେବା ସଂଗେ ସଂଗେ ଓ୍ୱାର୍ଲଡ ସ୍କିଲ ସେଣ୍ଟର କ୍ଷେତ୍ର ପରିଦର୍ଶନ ଯୋଜନା ଥିବା କହିଥିଲୋ
ଅଂଶଗ୍ରହଣକାରୀ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଜିଟି ପ୍ରତିଭା ପ୍ରଧାନ ପ୍ରଥମେ ଜଗନ୍ନାଥ ବନ୍ଦନା ଗାନ କରି ସମସ୍ତଙ୍କୁ ମନ୍ତ୍ରମୁU କରିଥିଲୋ ରୋଜାଲିନ ମହାରଣା ସରସ୍ୱତୀ ବନ୍ଦନା ଗାନ କରିଥିଲୋ ଡ଼. ସନାତନ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ଏହି ତାଲିମ୍କୁ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶକ ପ୍ରଫେସର ତିଳୋତ୍ତମା ସେନାପତି ସଂଯୋଜନା ଓ ମଧୁସୂଦନ ମଲିକ ଧନ୍ୟବାଦ ଅର୍ପଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.