ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପଛୁଆବର୍ଗ ସର୍ଭେ

0 2

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ପଛୁଆ ବର୍ଗ ଲୋକମାନଙ୍କ ସର୍ଭେକୁ ଆସନ୍ତା ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛିା ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସହିତ) ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ତଥ୍ୟ ସଂଗ୍ରହ କରିବୋ ଯେଉଁ ପଛୁଆ ବର୍ଗ ବ୍ୟକ୍ତିମାନେ ବର୍ତ୍ତମାନ ସୁଦ୍ଧା ନିଜ ତଥ୍ୟ ପ୍ରଦାନ କରି ନାହାନ୍ତି ସେମାନେ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ତଥ୍ୟକୁ ପ୍ରଦାନ କରିବା ନିମନ୍ତେ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତିା

Leave A Reply

Your email address will not be published.