ଅଗ୍ନିିଶମ କର୍ମଚାରୀଙ୍କ  ୬ଦଫା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

0 1

 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଜିଲ୍ଲାର ୭ଟି ବ୍ଲକ ସଦର ମହକୁମାରେ ଥିବା ଅଗ୍ନିଶମ ବିଭାଗର ଅଗ୍ନିଶମ ତଥା ଆଗ୍ନିକ କର୍ମଚାରୀ ମାନେ ୬ଦଫା ଦାବୀ ପୁରଣ ନେଇ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ୨୪.୦୯.୨୦୧୮ରିଖ ଠାରୁ କରିଛନ୍ତି ଏବଂ କାର୍ଯ୍ୟାଳୟ ସାମନାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟ ପକ୍ଷରେ ଆଗ୍ନିକ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛିଯେ ଆମର ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଆମେ ସଂପୁର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । କୌଣସି କାର୍ଯ୍ୟରେ ଆମେ ସହଯୋଗ କରିବୁ ନାହିଁ ଏମିତିକି ଜରୁରୀ କାଳୀନ ପରିସ୍ଥିତିରେ ହେଉକି,ଅଗ୍ନିକାଣ୍ଡ କି ବିପର୍ଯ୍ୟୟ କି ଦୁର୍ଘଟଣାରେ ହେଲେ ମଧ୍ୟ ଆମେ ସହଯୋଗ କରିବୁ ନାହିଁ ।ବିଭିନ୍ନ ସମୟରେ ଆମେ ସରକାରଙ୍କୁ ଆମର ୬ଦଫା ମୌଳିକ ନ୍ୟାୟ ଦାବୀ ଗୁଡିକ ଉପରେ ସଂଘ ପକ୍ଷରୁ ସରକାରଙ୍କୁ ଜଣାଇ ଆସୁଅଛୁ । ହେଲେ ସରକାର ଏଥିପ୍ରତି କୌଣସି କର୍ଣ୍ଣପାତ କରୁନାହାନ୍ତି । ଏଣୁ ଆମର ନ୍ୟାର୍ଯ୍ୟଦାବୀ ହାସଲ ପାଇଁ ଆମେ ଅନିର୍ଦ୍ଦିଷ୍ଠ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ଅଭିଯୋଗରେ କହିଛନ୍ତି । ୬ଦଫା ଦାବୀ ଗୁଡିକରେ ମୁଖ୍ୟତଃ ଅଗ୍ନିଶମ କର୍ମଚାରୀମାନଙ୍କୁ ପୋଲିସ କର୍ମଚାରୀଙ୍କ ସହିତ ସମାନ ଦରମା ଓ ଭତ୍ତା ପ୍ରଦାନ, ଓଡିଶା ଅଗ୍ନିଶମ ସଂସ୍ଥାର ହାବିଲଦାର ଓ ଫାୟାର ମ୍ୟାନ  ସଂଘକୁ ତୁରନ୍ତ ସରକାରୀ ପଞ୍ଜିକରଣ ଭୁକ୍ତ କରିବା ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମା  ଚୁକ୍ତି କରିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ନିୟମିତ ପେନସନ ଓ ଅବସର କାଳୀନ ପ୍ରାପ୍ୟ ପ୍ରଦାନ, ରାଜ୍ୟର ଅନ୍ୟସରକାରୀ କର୍ମଚାରୀଙ୍କ ଭଳି ଅଗ୍ନିଶମ କର୍ମଚାରୀମାନଙ୍କୁ ୮ଘଣ୍ଟା ଡ୍ୟୁଟିରେ ମୃତୟନ କରିବା, କେଉଁ କେଉଁ କାର୍ଯ୍ୟରେ ନିୟଜିତ ରହିବେ ସରକାର ତାହାର ଏକ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା, ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୁରଣ କରିବା ପ୍ରଭୃତି ଅନ୍ତର୍ଭୁକ୍ତ  । ଏହି ଆନ୍ଦୋଳନରେ ଫାୟାରମ୍ୟାନ, ହାବିଲଦାର ଓ ଡ୍ରାଇଭର ହାବିଲଦାର (ଅଗ୍ନିଶମ ବିଭାଗ) ପ୍ରମୁଖ ସାମିଲ ଅଛନ୍ତି ।

 

Leave A Reply

Your email address will not be published.