କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ

0 2

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ରାଜ୍ୟ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢି।ସଚିବ ପ୍ରଥମେ ଜନ୍ତାରିବୋଲ ଠାରେ ନିର୍ମାଣ ହୋଇଥିବା ମଡେଲ ଇଞ୍ଜିନିୟରିଙ୍ଗ କଲେଜକୁ ପରିଦର୍ଶନରେ ଯାଇ ସେଠାରେ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ଏହାକୁ କିପରି ଆହୁରି ଉର୍ନତୀ କରାଯାଇ ପାଠପଢା ଆରମ୍ଭ ହୋଇପାରିବ ସେଦିଗରେ ଆଲୋଚନା କରିଥିଲେ।ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ କରିବାକୁ ପ୍ରୟାଶ କରାଯିବା ନେଇ କହିଥିଲେ।ପରେ ପରେ କାନପୂରା କେନାଲ କୂଳରେ ନିର୍ମାଣ ହେଉଥିବା ଏକ ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କକୁ ବୁଲି ଦେଖିଥିଲେ।ଏହାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ବିରାଶାଳ ଠାରେ ଥିବା ଏୟାରଷ୍ଟ୍ରିପକୁ ବୁଲି ଦେଖିବା ସହ ଅଧିକାରିଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏୟାରଷ୍ଟ୍ରିପକୁ ବିଶ୍ବସ୍ତରିୟ ଟ୍ରେନିଂ ସେଣ୍ଟର କରାଯିବା ପାଇିଁ ଘୋଷଣା ହେବା ପରେ ଏଠାରେ ଥିବା ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ।ପୂର୍ତ୍ତ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାମର ସମିକ୍ଷା ମଧ୍ୟ କରିଥିଲେ।ଶେଷରେ ସୋଗର ଠାରେ ଥିବା ଔୋଷଧିୟ ଅରଣ୍ୟକୁ ବୁଲି ଦେଖିଥିଲେ।ଏହି ଗସ୍ତରେ ଢେଙ୍କାନାଳ ଜିଲାପାଳ ସରୋଜ ସେଠୀ ,କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବିଡ଼ିଓ ବିକାଶ କୁମାର ମହାନ୍ତି,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସମେତ ପୂର୍ତ ବିଭାଗ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.