ଭୁବନେଶ୍ୱର ମେ ୧୭: ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଆୟୋଜିତ ହେବ ।
ଦେଶରେ ଟିବି ଭଳି ବ୍ୟାଧିକୂ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପଲ୍ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଟିବିର ମୂଳୋତ୍ପାଟନ ନେଇ ଅନେକ କାର୍ଯ୍ୟ ଜାରି ରହିଥିବା ପ୍ରଫେସର ଜେନା କହିଛନ୍ତି ।
ଏହା ବ୍ୟତୀତ ଜନସାଧାରଣକୁ ସଚେତନ କରିବା ଲକ୍ଷ୍ୟରେ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ମଧ୍ୟ କରାଯାଉଥିବା ପ୍ରଫେସର ଜେନା କହିବା ସହ ଏନ୍ଟିଇପି ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଟିବି ରୋଗୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦେବା ଉଦ୍ଦେଶ୍ୟରେ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯାଉଛି ବୋଲି କହିଛନ୍ତି ।
ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଟାକ୍ସଫୋର୍ସର କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା, ଅଧିକ ରୋଗୀ କିଭଳି ଚିକିତ୍ସା ପାଇଁ ଆସିବେ ସେଭଳି ପରିସ୍ଥିତିକୁ ସଠିକ କରିବା,ଏଲ୍ଟିବିଆଇ ମ୍ୟାନେଜମେଂଟ ଭଳି ନୂତନ ନିୟମକୁ ଲାଗୁ କରିବା ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ଟିବି ରୋଗୀଙ୍କ ଚିହ୍ନଟ ଏବଂ ଚିକିତ୍ସା ନେଇ ସମନ୍ୱୟ ରଖିବା ବୋଲି ପ୍ରଫେସର ଜେନା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.