ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ ରଖି ସରକାର ସ୍କୁଲ,କଲେଜ ବନ୍ଦ ରଖିଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିଛନ୍ତି। ଯାହାକି କୋମଳମତୀ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖରାରେ କଲବଲ ହେଉଥିବା ପରିଲକ୍ଷିତ ହୋଇଛି। ସକାଳ ୭ଟାରୁ ଟାଇଁ ଟାଇଁ ଖରା ଆରମ୍ଭ ହୋଇଯାଉଥିବା ବେଳେ ବୟସ୍କ ଲୋକମାନେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ଅଥଚ କୋମଳମତି ଶିଶୁମାନେ ସକାଳ ୭ଟାରୁ କେନ୍ଦ୍ର ଯାଇ ୧୦ଟାରେ ଅସହ୍ୟ ଖରାରେ କଙ୍କ୍ରିଟ୍ ରାସ୍ତା ଉପରେ ଚାଲି ଚାଲି ଫେରିବାକୁ କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲାର ବହୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଣି କି ବିଦ୍ୟୁତ ସୁବିଧା ନାହିଁ। ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଦିନ ୧୦ ଟା ଯାଏଁ ଅସହ୍ୟ ଗୁଳୁଗୁଳି ତାତିରେ ରହୁଥିଲା ବେଳେ ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଥିବା, ଏପରିକି କେତେକ ସ୍ଥାନରେ ଶିଶୁ ବେହୋସ ହୋଇ ପଡ଼ୁଥିବା ଅଭିଯୋଗ ହେଉଛି। ଏମିତି ଖରାରେ କେତେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ଅସୁବିଧା ହେଲେ କିଏ ଦାୟୀ ରହିଵ ବୋଲି ପ୍ରଶ୍ନ କରିଛନ୍ତି। ବଡ଼ ପିଲାମାନଙ୍କ ପାଇଁ ଖରା ଛୁଟି ହୋଇଥିଲାବେଳେ ଅଙ୍ଗନବାଡ଼ିର କୋମଳମତି ଶିଶୁଙ୍କ ସୁରକ୍ଷା ପାଇଁ କେମିତି ସରକାର ଛୁଟି ଘୋଷଣା ନକରି ଖୋଲା ରଖିଛନ୍ତି ବୋଲି ସବୁଠି ଆଲୋଚନା ହେଉଛି। ସରକାର ଶିଶୁମାନଙ୍କ ସୁରକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.