ଗୋସେବାକୁ ଜୀବନର ମୁଳମନ୍ତ୍ର କରିଛନ୍ତି  ଅଶୋକ ।

0 1

ପଦ୍ମପୁର/ଝାରବନ୍ଧ (ନିଲ ଦୀପ/ଗୌରାଙ୍ଗ ଦାସ)-ଆଜିର ସମାଜରେ ବୃଦ୍ଧ ଗାଇ ଗୋରୁ  ଏବଂ ଦେଶି ପ୍ରଜାତିର ଗାଇଗୋରୁକୁ ଲୋକେ ଅଦରକାରୀ ମନେ କରୁଛନ୍ତି ଏବଂ ସେମାନଙ୍କୁ ଘରୁ ବାହାର କରିଦେଉଛନ୍ତି ଓ ଅନ୍ୟ କିଛି ବ୍ୟକ୍ତି ଏହାର ସୁଯୋଗ ନେଇ  ପଇସା ଲୋଭରେ କଂସେଇକୁ ଉକ୍ତ ଗାଇଗୋରୁ ବିକ୍ରି କରୁଛନ୍ତି । ଏହିସବୁ ଗାଇମାନଙ୍କ ଦୁରବସ୍ଥା  ଦେଖି , ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁରଠାରେ ଅନାଥ ଓ ବୃଦ୍ଧ ଗାଇଗୋରୁଙ୍କ ପାଇଁ ଏକ ଗୋ ଅଶ୍ରମ ଖୋଲିଛନ୍ତି , ସେହି ଗ୍ରାମର ଅଶୋକ ସାହୁ ।

  ବରଗଡ ଜିଲ୍ଲା ମୁଖ୍ୟାଲୟ ଠାରୁ ୧୬୦ କିମି ଦୁର ତଥା ଛତିଶଗଡ ସିମାନ୍ତ ଜଙ୍ଗଲ ଘେରିରେ ରହିଛି ଝାରବନ୍ଧ ବ୍ଲକ ରାଜେନ୍ଦ୍ରପୁର ଗ୍ରାମ  । ଏହି ଗ୍ରାମ ନିକଟରେ ଥିବା ଜଙ୍ଗଲ କଡରେ ନିଜ ପ୍ରଚେଷ୍ଟାରେ ଅଶୋକ ସାହୁ ତିଆରି କରିଛନ୍ତି ଏକ ଗୋ ଅଶ୍ରମ, ଯାହାର ନାମ ସେ ଦେଇଛନ୍ତିି କାମଧେନୁ ଗୋ ଆଶ୍ରମ । ସେଠାରେ ସେ ରୋଗାକ୍ରାନ୍ତ, ଅସହାୟ ଓ ବୃଦ୍ଧ ଗାଇଗୋରୁକୁ ରଖି ତାଙ୍କ ସେବା ଶୁଶ୍ରୁଷାରେ  ନିଜ ଜୀବନକୁ ସମର୍ପି ଦେଇଛନ୍ତି  । ଏହା ସହ ଗର୍ଭବତୀ ଗାଇ ଓ ନବଜାତ ବାଛୁରୀକୁ  ନିଜ ଘରେ ଥିବା ଗୁହାଲରେ ରଖି ତାଙ୍କ ସ୍ୱତନ୍ତ୍ର ଭାବରେ ସେବା ସୁଶୃସା କରି ଆସୁଛନ୍ତି । ପ୍ରଥମେ ପ୍ରଥମେ ସେ ୨୦ ରୁ ୩୦ ଟି ଗାଇ ରଖି ଆରମ୍ଭ କରିଥିଲେ ତାଙ୍କର ଏହି ଅଶ୍ରମ ପରେ ଲୋକମାନେ ଖବରପାଇଁ ଜେଉଁଠାରେ, ଏପରି ଅସହାୟ ଗାଇ ପାଇଲେ ତାଙ୍କୁ ଆଣି ତାଙ୍କୁଦେଲେ | ତେଣୁ ଏବେ ଗାଇଙ୍କ ସଂଖ୍ୟା ପ୍ରାୟ ୧୦୦ ରୁ  ଉର୍ଧ୍ଵ ହେଲାଣି  । ବେସି ଗାଇ ହେବା ଯୋଗୁ  ଏବେ ସେ ତିନୋଟି ଗାଇ ଚରାଲି ରଖିଛନ୍ତି । ଅର୍ଥିକ ଅଭାବରୁ ହେତୁ ଗାଇ ମାନଙ୍କୁ ଦାନା ଦେବାରେ ସେ ଅସମର୍ଥ  ତେଣୁ ସେ ପାଖରେ ଥୀବା ଜଙ୍ଗଲରେ ଗାଇମାନଙ୍କୁୁ ଚରାଇଥାନ୍ତୀ । ବେଶୀ ବର୍ଷା ସମୟରେ ଲୋକମାନେ ଦେଇଥୀବା ନଡା(ପୁଆଲ) କୁ ଖାଇବାକୁ ଦେଇଥାନ୍ତୀ । ଗୋସେବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ  ହୋଇଥିବାରୁ ସେ କୋଣସି ଗାଇଠାରୁ ଗୋରସ ଧୋଇ ନ ଥାନ୍ତି । ଗାଇ ଗୋବରରୁ ଯାହା କିଛି ଉପାର୍ଜନ କରିଥାନ୍ତି ତାହା ଗାଇମାନଙ୍କର ଚିକିତ୍ସା  ବ୍ୟବହାର କରିଥାନ୍ତି ।  ହେଲେ ସ୍ଥାନ ଅଭାବରୁ ସେ ଅହୁରି  ଗାଇ ରଖିବାକୁ ଚାହୁଁଥିଲେ ମଧ୍ୟ ରଖି ପାରୁ ନାହାନ୍ତି  । ଏହା ସହ ଗୋ ଆଶ୍ରମର ଚାରିପଟେ ବାଡ ନଥିବାରୁ ଦୁଷ୍ଟ ପ୍ରକୃତିର ଲୋକ ସମୟେ ସମୟେ ଗାଇ ମାନଙ୍କୁ  ଗୋଠରୁ ଖୋଲି ଦେଉଥିବାରୁ ସେ ବହୁତ ହଇରାଣରେ ପଡିଥାନ୍ତି । 

          ତାଙ୍କର ଏହି ଗୋସେବା ଏହି ଅଂଚଲର ଲୋକ , ତାଙ୍କର ଗ୍ରାମ ବାସି ଓ ତାଙ୍କ ଘର ଲୋକଙ୍କ ମନକୁ ଛୁଇ ନେଇଛି । ପ୍ରଥମେ ପ୍ରଥମେ ଘରଲୋକ ଏବଂ ତାଙ୍କ ପତ୍ନୀକୁ ଏହି କାମ ପସନ୍ଦ ହୋଇନଥିଲେ ମଧ୍ୟ ,ତାଙ୍କ ସ୍ୱାମୀଙ୍କ ସେବାଭାବକୁ ଦେଖି ଏବେ ସେ ବେସ ଖୁସୀ ଅଛନ୍ତି । ଏହା ସହ ଏହି ଗୋସେବା କାରଣରୁ ତାଙ୍କ ପରିବାର ଉପରେ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ଆଶିର୍ବାଦ ରହିଥିବା ପ୍ରକାଶ କରିଛନ୍ତି ଅଶୋକଙ୍କ ସ୍ତ୍ରୀ  । ଅଶୋକଙ୍କ ଏହି ପ୍ରୟାସ ଛୋଟିଆ  ହେଲେ ମଧ୍ୟ ତାଙ୍କ ଗ୍ରାମବାସୀ ଏହି ମହତ ଉଦ୍ଦେଶ୍ୟକୁ ପ୍ରସଂଶା କରିବା ସହିତ ବେଳେ ବେଳେ ସହଯୋଗ ମଧ୍ୟ କରି ଆସୁଛନ୍ତି । ସେମାନଙ୍କ ମତରେ, ଅଶୋକ ଏହି ପ୍ରୟାସ  ଦ୍ୱାରା ବୃଦ୍ଧ ହେବା ପରେ ଅଲୋଡା ହୋଇ ପଡୁଥିବା ଏହି ଅଂଚଲର ଗାଇଗୋରୁଙ୍କୁ ନିଜସ୍ୱ ଖର୍ଚ୍ଚରେ ପାଳଣ ପୋଷଣ କରିବା ସହିତ ସେ ଗାଇଗୋରୁଙ୍କୁ  କଂସେଇଖାନା ମାନଙ୍କୁ ଜିବାରୁ ବଂଚାଇ ଆସୁଛନ୍ତି ।  ଏହା ସହିତ ସରକାର ତାଙ୍କ ଏହି ମହତ କାର୍ଯ୍ୟ ପାଇଁ କିଛି ଆର୍ଥୀକ ସହାୟତା ଯୋଗାଇ ଦେଲେ  ସେ ଅହୁରି କିଛି ଗାଇ ନିଜ ଆଶ୍ରମରେ ରଖି ପାରନ୍ତେ ଏବଂ ଗାଇ ମାନଙ୍କ ପାଇଁ ଗୋଟିଏ ଭଳ ଗୁହାଲ ସହ ବାଡ ଦେବାରେ ସଫଲ ହୋଇ ପାରନ୍ତେ ଏବଂ ଗାଇ ମାନେ ମଧ୍ୟ ସୁକ୍ଷିତ ରହି ପାରନ୍ତେ । ଆଶୋକଙ୍କ ପରି କିଛି ଲୋକ ନିସ୍ୱାର୍ଥପର ଭାବରେ ବିନା କୌଣସି ଲାଭର ଆଶା ନେଇ ସ୍ୱପ୍ରଚେଷ୍ଟାରେ ନିରନ୍ତର ଭାବରେ ଗୋସେବା କରୁଛନ୍ତି  । ଏପରି ଲୋକଙ୍କୁ ସରକାରୀ ସହଯୋଗ ମିଲନ୍ତା ତେବେ ସେମାନେ ଆହୁରୀ ଅସହାୟ ଗାଇ ମାନଙ୍କର ସେବା କରିପାରନ୍ତେ । 

Leave A Reply

Your email address will not be published.