ସୁନ୍ଦରଗଡ଼, ୧୫/୦୫/୨୦୨୩(ବସନ୍ତ କୁମାର ଜେନା): ଆଜି ହେମଗିର ବ୍ଲକ ପରିସରରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I
ଆଜିର ଏହି ଅଭିଯୋଗ ଶୁଣାଣୀ ରେ ମୋଟ ୧୨୫ ଟି ଅଭିଯୋଗ ଆସିଥିଲା I ସେଥି ମଧ୍ୟରୁ 85 ଟି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗ ଗୁଡିକ ଥିବାବେଳେ ୪୦ ଟି ସାମୁହିକ ସମସ୍ୟା ଜନିତ ଅଭିଯୋଗ ଗୁଡିକ ରହିଥିଲା I ୨୩ ଗୋଟି ଅଭିଯୋଗ ର ତତ୍ କ୍ଷଣାତ୍ ସମାଧାନ ହୋଇଥିଲା I ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ ୩ ଟି ଆବେଦନ ଦାଖଲ ହୋଇଥିଲା I ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ ସମସ୍ଯା, ରାସ୍ତା ଘାଟ ନିର୍ମାଣ ତଥା ମରାମତି, ବିସ୍ଥାପିତ ସମସ୍ୟା ଆଦି ରହିଥିଲା I ସମସ୍ତ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଆଜିର ର ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ମନୋଜ ମହାଜନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ପି. ଏ. ,ଆଇ. ଟି. ଡ଼ି. ଏ. ସୁନ୍ଦରଗଡ ଶ୍ରୀ ରାମକୃଷ୍ଣ ଗଣ୍ଡ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜଗଦୀଶ ମହାନନ୍ଦ, ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post