ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା’ ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା’ ଦୀର୍ଘ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି। ଏକମାତ୍ର ପୁଅର ବିଚ୍ଛେଦରେ ବାହୁନି ବାହୁନି ଭୂଇଁରେ କାନ୍ଦି ଲୋଟି ଗଡୁଥିବା ଏମିତି ମା’ହେଉଛି ହୁଲାସ ପେଣ୍ଠୋଇ । ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ତଥା ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ପାଟୁଳି ସାହିରେ । ଅଭିଯୋଗ ଅନୁଯାୟୀ ପୁଅ ରମେଶ (୨୮) ଗତ ଚାରି ବର୍ଷ ତଳେ ବଜାରକୁ ଯାଇ ଫେରି ନଥିଲା। ପୁଅର ଫେରିବା ବାଟକୁ ଅପେକ୍ଷା କରି କରି ନିରାଶ ହେବା ପରେ ୨୦୨୧ ମସିହା ଜାନୁଆରୀ ୧୩ ରେ ବାପା କୈଳାସ ପେଣ୍ଠୋଇ ପୋଲିସରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆ ଯାଇ ନ ଥିଲା। ପୁଅର ଫେରିବା ବାଟକୁ ଚାହିଁ ରହିବା ଛଡ଼ା କିଛି ଫଳ ପାଇ ନଥିଲେ। ଏବେ ପୁଅକୁ ନପାଇ ବାପ ମାଙ୍କ ଆଖିରୁ ଲୁହ ଶୁଖି ନଥିବା ବେଳେ କାହିଁ କେତେ ଦିଅଁ ଦେବତା କରି ପାଇଥିବା ଏକମାତ୍ର ପୁଅର ୪ବର୍ଷ ହେଲା ବିଚ୍ଛେଦରେ ମୋତେ ଚାରିଦିଗ ଅନ୍ଧାର ଦିଶୁଛି। ମୋ ପୁଅକୁ ମୋ ପାଖକୁ ଫେରାଇ ଆଣ ବୋଲି ମା ହୁଲାସ ପାଗଳି ପ୍ରାୟ ହେଉଥିବା ଦେଖିବାକୁ ମିଳିଛି ।ପୁଅ ରମେଶ ମାଟ୍ରିକ,+୨ ଓ +୩ ରେ ବିଭିନ୍ନ ଖେଳ କସରତରେ ଅନେକ କୃତିତ୍ୱ ହାସଲ କରିଥିବା ଜଣାପଡିଛି। ତେବେ ଭେଣ୍ଡା ପୁଅର ନିଖୋଜ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଆଶାନୁରୂପ ତଦନ୍ତ କରା ନଯିବା ଘଟଣା ସାଧାରଣରେ ବିସ୍ମୟ ପ୍ରକାଶ ପାଇଥିବା ବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.