ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ସିଧାମଡଙ୍ଗ ଠାରେ “ମାତୃ ଦିବସ” ପାଳନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।
ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟ ମାଧ୍ୟମରେ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ।
ସମ୍ମାନୀତ ଅତିଥି ଭାବେ “ସଖୀ” ୱାନ୍ ଷ୍ଟପ୍ କେନ୍ଦ୍ର ଷ୍ଟାପ ଶ୍ରୀମତୀ ପ୍ରଣତୀ ଦାସ ଯୋଗ ଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସିଧାମଡଙ୍ଗର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ କବିତା ପାଲକା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। “ଆକାଂକ୍ଷା” ମହିଳା ସଂଗଠନର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ମାତୃ ଦିବସର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସଂପର୍କରେ ବୁଝାଇ କହିଥିଲେ।
ଅନ୍ୟାନ୍ୟ ସଦସ୍ୟା ଯଥା ସୁନୀତା ବେହେରା , ଭାରତୀ ପାଲକା , ଡି. ଭାଗ୍ୟ ଶ୍ରୀ ପାଲକା , ସଂଧ୍ୟା ରାଣୀ ପାଲକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଶେଷରେ ମହିଳା ମାନଙ୍କୁ ନେଇ ଗୀତ, ନାଚ, ମିଉଜିକ ଚେୟାର ଖେଳ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଗୀତରେ ରଶ୍ମି ପାଲକା , ନାଚରେ ତ୍ରିବେଣୀ ପାଲକା ଓ ମିଉଜିକ ଚେୟାର ସଂଧ୍ୟା କରାଇ , ଆଖିଲା ପାଲକାଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।
କବିତା ପାଲକାଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବଶେଷରେ ମୋହିନୀ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.