ରାୟଗଡ ଜିଲ୍ଲା ବିକାଶ ପରିଷଦର ଧାରଣା ପ୍ରେସ ୟୁନିୟନ ରାୟଗଡର ସମର୍ଥନ

0 1

ରାୟଗଡରୁ ସରୋଜ କୁମାର ସାହୁ :  ଜିଲ୍ଲା ବିକାଶ ପରିଷଦ ଗତ ତା. ୧୭/୦୯/୨୦୧୮ ରିଖ ଠାରୁ ଆଜି ପର୍ଯ୍ୟନ୍ତ ଷଷ୍ଠ ଦିନରେ ପହଂଚିଛି। ଜିଲ୍ଲା ଆବାହକ ପ୍ରଦୀପ କୁମାର ଦାଶ କହିଛନ୍ତି ଯେ, ରାୟଗଡ ଜିଲ୍ଲା ଭଳି ଏକ ଉପାନ୍ତ ଜିଲ୍ଲାରେ କେନ୍ଦ୍ର ସରକାର ଓ ଓଡିଶା ସରକାର ମିଳିତ ଭାବରେ ଜିଲ୍ଲା ଅଦାଲତ ଏବଂ ଅନ୍ୟାନ୍ୟ ଅଦାଲତ ନୂତନ କୋଠା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ରାୟଗଡ ସହରର ମଧ୍ୟସ୍ଥଳରେ ରହିଥିବା ଜିଲ୍ଲା ଅଦାଲତ ଓ ବିଭିନ୍ନ ଅଦାଲତର ନୂତନ କୋଠା ନିର୍ମାଣ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ଯାହା ଦ୍ୱାରା ଅଦାଲତ ଉପରେ ନିର୍ଭର କରୁଥିବା ବ୍ୟବସାୟୀ, ଆଇନଜୀବି ଓ ଗରିବ ଜନସଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି ବାରମ୍ବାର ଅଭିଯୋଗ କରାଯାଉ ଥିଲେ ମଧ୍ୟ ଚପେଇ ଦେଉଥିବା ସେ ଅଭିଯୋଗ କରିଥିଲେ। ଦାବୀ ମଧ୍ୟରେ ରାୟଗଡ ରେ ଫ୍ୟାମିଲି ଅଦାଲତ ଓ ସ୍ଥାୟୀ ଲୋକ ଅଦାଲତ ତୁରନ୍ତ କାର୍ଯ୍ୟକାରୀ କରିବା ଓ ଚନ୍ଦ୍ରପୁର ବ୍ଲକର ପ୍ରସ୍ତାବିତ ଅଦାଲତ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ସେ ଦାବୀ କରିଥିଲେ। ଏଥି ସହ ଗୁଣୁପୁର ଉପଖଣ୍ଡ ରାମନାଗୁଡା ବ୍ଲକ ଅନ୍ତର୍ଗତ ଉକୁମ୍ବା ଗ୍ରାମ ପଞ୍ଚାୟତର ଉକୁମ୍ବା ଗ୍ରାମ ଗୁଡ଼ିକରେ ସମ୍ପୂର୍ଣ ମଦ ବନ୍ଦ କରିବା ସହ ମଦ ଦୋକାନ ଖୋଲିବା ନିଷେଧ କରିବା ଓ ଉକ୍ତ ଗ୍ରାମପଞ୍ଚାୟତକୁ ସମ୍ପୂର୍ଣ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ଦାବୀ କରିଥିଲେ। ଏହି ଧାରଣାକୁ ସମର୍ଥନ କରି ପ୍ରେସ ୟୁନିୟନ ରାୟଗଡ ଜିଲ୍ଲା ବିକାଶ ପରିଷଦ ସହ ସାମିଲ ହୋଇ ଆଜି ଧାରଣାରେ ବସିଥିଲା

Leave A Reply

Your email address will not be published.