ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରାୟ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

0

ନୂତନ ଭାବରେ ଶ୍ରମିକ କାର୍ଡ ପାଇଲେ 1000 ହିତାଧିକାରୀ

ବରଗଡ :- ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା ଥରେ ଆଜି ରାଜ୍ୟ ସରକାର ଙ୍କର ଶ୍ରମ ବିଭାଗ ଓ ବରଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାର ଆଜି ସୋହେଲା ଠାରେ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ସମାରୋହ ର ଆୟୋଜନ କରାଯାଇଥିଲା । ଏହି ସମାରୋହ କୁ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସହାୟତା ହିତାଧିକାରୀ ମାନଙ୍କୁ ପ୍ରଦାନ ଜରିଥିଲେ । ଏହି କାର୍ଯ୍ୟକ୍ରମ ରେ , ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ 14 ଜଣ ମୃତକଙ୍କ ପରିବାରରରେ ଆଶ୍ରିତ ମାନଙ୍କୁ ସମୁଦାୟ 28 ଲକ୍ଷ 70 ହଜାର ଟଙ୍କାର ଆର୍ଥିକ ସହାୟତା, 42 ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ପାଇଁ 21 ଲକ୍ଷ ଟଙ୍କା, 8 ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ପାଇଁ 80 ହଜାର 400 ଟଙ୍କା ର ସହାୟତା ରାଶି ପ୍ରଦାନ ଜରାଯାଇଥିବା ବେଳେ ନୂତନ ଭାବରେ ନିର୍ବାଚନ ମଣ୍ଡଳୀର ପ୍ରାୟ ଏକ ହଜାର ହିତାଧିକାରୀଙ୍କୁ ନୂତନ ଭାବରେ ଶ୍ରମିକ କାର୍ଡ ବଣ୍ଟନ କରା ଯାଇଥିଲା । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ଙ୍କର ସହିତ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରୋଜି ନାଏକ, ଡିଭିଜନାଲ ଲେବର କମିଶନର ମାନଭଞ୍ଜନ ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ପୂର୍ବତନ ସରପଞ୍ଚ ସୁବୋଧ ପଧାନ ଓ ଅନେକ ବିଭାଗୀୟ ଅଧିକାରୀ ପ୍ରଶାସନିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.