ଗ୍ରୀଷ୍ମଛୁଟିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ ଶିକ୍ଷା

0

ଭୁବନେଶ୍ୱର,(ଶାସକ ପ୍ରଶାସକ): ଗ୍ରାମାଞ୍ଚଳ ଓ ଛୋଟ ସହରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ଅଭିଳାଷ କ୍ରମେ ବ୍ଲକ୍ ସ୍ତରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯାଇଛିା
ଗ୍ରୀଷ୍ମ ଛୁଟିକୁ ଦୃଷ୍ଟିରେ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛିା ଏହା ପୂର୍ବାହ୍ନ ସମୟରେ ଅନୁଷ୍ଠିତ ହେବ ଓ ସେଥିପାଇଁ ଅନ୍ଲାଇନ୍ ପ୍ରତିକାରମୂଳକ ଶିକ୍ଷାଦାନ ସାରଣୀ ପ୍ରସ୍ତୁତ କରାଯିବା ଏ ସଂକ୍ରାନ୍ତରେ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ବିଦ୍ୟାଳୟକୁ ପ୍ରେରଣ କରାଯାଇଛିା
ସେହିପରି ଜେଇଇ, ନିଟ୍ ଓ ପ୍ରତିରକ୍ଷା ପରୀକ୍ଷା ଭଳି ବିଭିନ୍ନ ଜାତୀୟସ୍ତରୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ କୋଚିଂ ଯୋଗାଇ ଦିଆଯାଉଛିା

Leave A Reply

Your email address will not be published.