ମହାନ ବିପ୍ଳବୀ ଧରଣୀଧର ଭୂୟାଁଙ୍କୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ, କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱର ଏବଂ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତି, ଭୁବନେଶ୍ୱର ତରଫରୁ ଏହି ସତ୍ୟନିଷ୍ଠ ସଂଗ୍ରାମୀଙ୍କୁ ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲ ଅବସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛିା
ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ, ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ସାମାଜିକ-ସାଂସ୍କୃତିକ ଓ ସାହିତି୍ୟକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭାଗୀୟ ଅଧିକାରୀମାନେ ବିପ୍ଳବୀ ଧରଣୀଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ
ବିପ୍ଳବୀ ଧରଣୀଧର ହେଉଛନ୍ତି ଜନଜାତି ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକା ଇଂରେଜ ଓ ରାଜତନ୍ତ୍ରର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଯେଉଁ ବିଦ୍ରୋହ କରିଥିଲେ ସେଥିରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ସଂଗ୍ରାମୀମାନେ ସାମିଲ ହୋଇଥିଲୋ ଏହି ବିଦ୍ରୋହ ଅତ୍ୟନ୍ତ ବ୍ୟାପକ ଏବଂ ପ୍ରଭାବଶାଳୀ ହୋଇଥିଲା ଏବଂ ଅତ୍ୟାଚାରୀମାନଙ୍କ ନିଦ ହଜାଇ ଦେଇଥିଲାା ଇଂରେଜ ସରକାର ଧରଣୀଧରଙ୍କୁ କୂଟନୀତି କରି ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲୋ କାରାମୁକ୍ତ ହେବା ପରେ ଧରଣୀଧର ସନ୍ନ୍ୟାସକୁ ଆଦରି ନେଇଥିଲୋ ଏଭଳି ଜଣେ ମହାନ ବିପ୍ଳବୀଙ୍କ ଜୀବନକାହାଣୀ ଉତ୍ତରପିଢ଼ି ଜାଣିବା ଉଚିତ ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲୋ

 

 

Leave A Reply

Your email address will not be published.