ନୂଆଦିଲ୍ଲୀ : ୨୦୨୩: ଭାରତର ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ। ଫିକି ଦ୍ୱାରା ପ୍ରସ୍ତୁତ “ନ୍ୟୁ-ଏଜ ଏନର୍ଜି ମିନେରାଲ” ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକ୍କି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତପଣ୍ଡା ଏହା କହିଛନ୍ତି। ଭାରତ ଏହାର ଖଣି ଜ୍ଞାନକୌଶଳ ଏବଂ ସୁସମ୍ପର୍କ ବ୍ୟବହାର କରି, ଏହି ମିନେରାଲକୁ ହାସଲ ଏବଂ ଉତ୍ତୋଳନ କରିବା ଆବଶ୍ୟକ, ବୋଲି ସେ ମତ ପ୍ରକାଶ କରିଥିଲେ।
ଭାର ତସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜଙ୍କ ଦ୍ୱାରା ମଇ ୦୨, ୨୦୨୩ ତାରିଖରେ ନୂଆଦିଲ୍ଲୀରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଥିଲା।ଏହି ରିପୋର୍ଟରେ ନ୍ୟୁ-ଏଜ ଏନର୍ଜି ମିନେରାଲ ସମ୍ପର୍କରେ ଭୌଗଳିକ ତଥା ଭୂତାତ୍ୱିକ ତଥ୍ୟ, ବ୍ୟବହାର, ବଜାର ଦୃଷ୍ଟିକୋଣ, ଚ୍ୟାଲେଞ୍ଜ ଏବଂ ସୁଯୋଗ ଆଦି ସବିଶେଷ ସୂଚନା ରହିଛି।
ଶ୍ରୀପଣ୍ଡା ତାଙ୍କର ଅଭିଭାଷଣରେ ଭାରତର ଜିଡିପି ଅଭିବୃଦ୍ଧି ପାଇଁ ଖଣି ଖନନର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।ଏହି ନ୍ୟୁ-ଏଜ ଏନର୍ଜି ମିନେରାଲର ଉତ୍ପାଦନ ବୃଦ୍ଧି ନିମନ୍ତେ ଚାଲିଥିବା ଖଣିଜ ସନ୍ଧାନ, ବୈଷୟିକ ଜ୍ଞାନ କୌଶଳ ବିନିଯୋଗ ଏବଂ ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ମିନେରାଲ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଖଣି ଖନନ ଏବଂ ଏହାର ସପ୍ଲାଏ ଚେନ ମଧ୍ୟରେଏକ ସମନ୍ୱୟ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଏହି ଅବସରରେ ଫିକ୍କି ଖଣି କମିଟିର କୋ-ଚେୟାରମ୍ୟାନ୍ ପଙ୍କଜ ସତୀଜା, ସେକ୍ରେଟେରୀ ଜେନେରାଲ୍ ଶୈଲେଶ ପାଠକ ଏବଂ ଅନ୍ୟ ଶିଳ୍ପପତିମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.