ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ ସ୍ୱଚ୍ଛତା ଅଭିଜାନ

0

ପଦ୍ମପୁର(Nila Deep)- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ଥିତ ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ  ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଅଭିଯାନକୁ ଆଗକୁ ନେଇଥିଲେ । ରାଜବୋଡାସମ୍ବର ଉପ-ମଣ୍ଡଳର ଡାକ ନୀରିକ୍ଷକ  ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ନେତୃତ୍ୱରେ ଡାକ କର୍ମଚାରି ଏସପିଏମ୍ ଅଂଜନ ହୋତା, ଓଏସ୍ ମେଲ ଅଜୟ ବଗର୍ତୀ, ମାଧବ ଦୀପ୍, ବିପିଏମ୍ ଇଶ୍ୱର ଶାହା, ରୋହିତ ମେହେର, ମାଧବାନନ୍ଦ ଦେବତା, ଦୈତାରୀ ସାହୁ, ସୈାକିଲାଲ ନାଏକ, ରାମଚନ୍ଦ୍ର ସାହୁ, ପ୍ରକାଶ ସାହୁ, ବିନିତା ପଧାନ, ହିମାଦ୍ରୀ ପଧାନ ଏବଂ ଅନ୍ୟାନ୍ୟ ଏବିପିଏମ୍ ତଥା ନିରେଜ ଦୋରା, ଜୈାସ୍ନାରଣୀ କର, ଅଶୋକ ମିଶ୍ର, ପ୍ରମୁଖ ଅଂଶ ଗ୍ରହଣ କରି ରାଜବୋଡାସମ୍ବର ଉପଡାକ ଘର ଠାରୁ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ଥିବା ଅନାବନା ଘାସ, ପୋଲିଥିନ, ନାଳା ସଫା କରିବା ସହିତ ଲୋକଙ୍କୁ ସ୍ୱଚ୍ଛତାର ବାର୍ତ୍ତା  ଦେଇଥିଲେ ।

Leave A Reply

Your email address will not be published.