କଟୁରୀଧୁଆଁ ପ୍ରାଥମିକ ବିଦ୍ୟାଳୟରେ ମଧୁ ଜୟନ୍ତୀ ପାଳିତ

0

ସୁନ୍ଦରଗଡ଼/ ବଣାଇ(ବସନ୍ତ କୁମାର ଜେନା) :- ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ମଧ୍ୟରେ ମଧୁ ଜୟନ୍ତୀ ବା ସ୍ୱାଭିମାନ ଦିବସ ପାଳିତ ହୋଇ ଯାଇଛି । ଏଥିରେ ବଣାଇ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପର୍ଶୁରାମ ବାରିକ ସଭାପତିତ୍ୱ କରିଥିବାବେଳେ ନରେନ୍ଦ୍ର ଗ୍ରାମ ପଞ୍ଚାୟତର ସରପଞ୍ଚ କୁମୁଦିନୀ ବାର୍ଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମଧୁବାବୁଙ୍କ ଫୋଟ ଚିତ୍ର ଉପରେ ଫୁଲ ମାଳ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତତ୍ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଉତ୍କଳ ବନ୍ଦନା ଗାନ କରାଯାଇଥିଲା । । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ଶୁକ୍ରା ଓରାମ ଯୋଗଦାନ କରିଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୁ ପ୍ରସାଦ ରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ତତ୍ପରେ ମୁଖ୍ୟ ବକ୍ତା ଭାବେ ବାଣୀପୁତ୍ର କବି ଦେବରାଜ କିଷାନ ଯୋଗଦାନ କରି ମଧୁସୂଦନ ଦାସଙ୍କର ଜୀବନୀ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅର୍ଥ ଓ ସ୍ୱାର୍ଥକୁ ପରିତ୍ୟାଗ କରି ସ୍ୱାଭିମାନ ସହ ବଞ୍ଚିବାକୁ ଆହ୍ୱାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭ୍ୟ ଅଭିମନ୍ୟୁ ସାହୁ, ତ୍ରିଲୋଚନ ଧରୁଆ , ମକରଧ୍ୱଜ ବ୍ରହ୍ମ , କିଶୋର ଚନ୍ଦ୍ର ବେହେରା , ଦୀନବନ୍ଧୁ ପ୍ରଧାନ, ଭଗବାନ ବଡନାୟକ, ଜଗମୋହନ ସେନାପତି, ବୃନ୍ଦାବନ ପାତ୍ର, ଶୁଭ୍ରଜ୍ୟୋତି କାଲୋ, ସମ୍ବାରି ଓରାମ, ସଂଯୁତ ଓରାମ, ରୋହିତ ଓରାମ, ବନ୍ଧନ ଓରାମ, କେଦାର ଓରାମ , ମଗ ମୁଣ୍ଡା, ଶଶାଙ୍କ ନାୟକ ପ୍ରମୁଖ ଯୋଗ ଦାନ କରି ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ସମ୍ବାଦ ସାହିତ୍ୟ ଘରର ସଭ୍ୟ କୁଞ୍ଜ ବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.