ଗାଁ ସାଥୀ (ମେଟ)ସଂଘର ବିଭିନ୍ନ ଦାବୀ ନେଇ ନୀରବ ଶୋଭଯାତ୍ରା ଓ ଦାବୀ ପତ୍ର ପ୍ରଦାନ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଶତାଧିକ ଗାଁ ସାଥୀ ବିଭିନ୍ନ ଦାବୀ ନେଇ ନୀରବ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସଂଘ ସଭାପତି ପଞ୍ଚୁ ନାୟକ, ସଂପାଦକ ସନ୍ୟାସୀ କାର୍ଯ୍ୟୀ ଏବଂ ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାରେ ୭ଗୋଟି ବ୍ଲକାଞ୍ଚଳର ଶତାଧିକ ଗାଁ ସାଥୀ ଏଥିରେ ସାମିଲ ଥିଲେ । ଜିଲ୍ଲା ସଂଘ ସଭାପତି ପଞ୍ଚୁ ନାୟକ ବିଭିନ୍ନ ଗଣ ମାଧ୍ୟମରେ ପ୍ରତିନିଧିମାନଙ୍କୁ ତାଙ୍କ ବିବୃତିରେ କହିଥିଲେଯେ ରାଜ୍ୟ ସରକାରଙ୍କ ସୁଶାସନ ସାଥିରେ ଆମେ ଗାଁ ସାଥୀଗଣ ଗତ ୧୦ ବର୍ଷ ଧରି କାର୍ଯ୍ୟ କରି ଆସୁଅଛୁ । ମନେରଗା ଯୋଜନା ପାଇଁ ଆମେ ବଛା ହୋଇ ଆସିନୁ । ପଲ୍ଲୀସଭା ଦ୍ୱାରା ଆମେ ସିଧାସଳଖ ଶିକ୍ଷାଗତ ଯୋଗ୍ୟତା ଓ ନିର୍ଦ୍ଧାରିତ ବୟସ ସୀମାକୁ ଆଧାରକରି  ପର୍ମ ଆବେଦନ ଓ ବ୍ଲକ ସ୍ତରୀୟ ଚୟନ ପ୍ରକ୍ରିୟା ବଳରେ ସରକାରୀ ଖାତାକୁ ନାମ ଦେଇ ଆସିଛୁ । ଗଣତାନ୍ତ୍ରିକ ତଥା ଜନମଙ୍ଗଳ ରାଜ୍ୟରେ ଗାଁ ସାଥି ମାନେ ମନେରଗା ଯୋଜନା କାର୍ଯ୍ୟରେ ଅହରହ କାର୍ଯ୍ୟ କରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆମ ଗାଁ ସାଥୀମାନଙ୍କ ମାସିକ ଦରମା ୬ହଜାର ଟଙ୍କା ଦେବା ସହ  ପ୍ରୋତ୍ସାହନ ରାଶି ପ୍ରଦାନର ପ୍ରଶାସନିକ ବ୍ୟବସ୍ଥା କରିବା , ପ୍ରତି ଗାଁରେ ମନେରଗା ଯୋଜନାରେ ୧୦୦ଦିନର କାମଦେବା ପ୍ରଭୃତି ଦାବୀ ରଖିଥିବା ଉପରେ କହିଥିଲେ ।

Leave A Reply

Your email address will not be published.