ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି। ଗୁରୁବାର ବିଶ୍ୱବିଦ୍ୟାଳୟର ୫ମ ଦୀକ୍ଷାନ୍ତ ସମାରୋହରେ ଶ୍ରୀ ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି। ଆସାମ ରାଜ୍ୟପାଳ ଗୁଲାବ୍ ଚାନ୍ଦ କଟାରିଆଙ୍କଠାରୁ ଶ୍ରୀ ସାମନ୍ତ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୧ତମ ଡକ୍ଟୋରେଟ। ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତ ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡ. ରାଜକୁମାର ରଞ୍ଜନ ସିଂହ, କୁଳାଧିପତି ଭବେନ୍ଦ୍ର ନାଥ ଡେକା, କୁଳପତି ଡ. ମୃଦୁଳ ହଜାରିକା, କୁଳସଚିବ ପ୍ରଫେସର ମୃଣାଳ କୁମାର ବୋରା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post