ବି.ଏସ୍.କେ.ୱାଇ. ଟିମ୍ ପ୍ରଚେଷ୍ଟାରେ ନିରଞ୍ଜନକୁ ମିଳିଲା ଉପଯୁକ୍ତ ଚିକିତ୍ସା

0

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି. ଏସ୍. କେ. ୱାଇ.) ଟିମ୍ ଙ୍କ ପ୍ରଚେଷ୍ଟାରେ ବରିଷ୍ଠ ନାଗରିକ ନିରଞ୍ଜନ ନାୟକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ପ୍ରାୟ ୬୦ ବର୍ଷ ବୟଷ୍କ ନିରଞ୍ଜନ ନାୟକ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦିର ବାସିନ୍ଦା ଅଟନ୍ତି। ତାଙ୍କର ବାମ ଗୋଡଟି ଅଚଳ ହୋଇଯାଇଥିଲା। ଫଳରେ ସେ ଭଲରେ ଯାତାୟତ କରିପାରୁ ନଥିଲେ। ଗଣମାଧ୍ୟମରୁ ତା. ୦୯.୦୪.୨୦୨୩ ରିଖ ଦିନ ନିରଞ୍ଜନଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସମ୍ବନ୍ଧିତ ସମ୍ବାଦ ବିଷୟ ଜାଣିବା ମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ।
ରାଜ୍ୟ ଟିମ୍ ର ପରାମର୍ଶ ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ହେଲଥ୍ ଟିମ୍ ନିରଞ୍ଜନ ନାୟକଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ। ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ନିରଞ୍ଜନଙ୍କର ବାମ ଗୋଡ଼ ଲିମ୍ଫେଡ଼େମା (ଗୋଦର) ସମ୍ପର୍କିତ ରୋଗରେ ଆକ୍ରାନ୍ତ ଥିଲା। ପ୍ରାୟ ୧୦ ବର୍ଷ ପୂର୍ବରୁ ସେ ଏହି ରୋଗରେ ପିଡୀତ ଥିଲେ।
ଇତିମଧ୍ୟରେ ନିରଞ୍ଜନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇ କାର୍ଡ ଯୋଗାଇ ଦିଆଯାଇଛି। ସେ ମଧ୍ୟ ଏହି କାର୍ଡ଼ର ବ୍ୟବହାର କରି ଘରୋଇ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା କରିଛନ୍ତି। ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁବିଧା ଓ ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ନେବାପାଇଁ ହେଲଥ୍ ଟିମ୍ ନିରଞ୍ଜନକୁ ଆବଶ୍ୟକୀୟ ସୂଚନା ସହାୟତା ଦେଇଛନ୍ତି। ତାଙ୍କୁ ମଧ୍ୟ ମାଗଣାରେ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଇଛି। ସେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖାପାଖି ଜାଗାରେ ବାସ କରୁଥିବାରୁ ପ୍ରତି ସୋମବାର ଦିନ ସେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଓ ଔଷଧ ପାଇ ପାରିବେ। ନିୟମିତ ଚିକିତ୍ସା କଲେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବ ବୋଲି ଆଶା କରାଯାଉଛି।
ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବିମାନେ ସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.