ଚିନ୍ତନ ଶିବିରରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ

0

ଓଡିଶା କ୍ରୀଡ଼ାର ଝଲକ ଦେଖିବ ସବୁ ରାଜ୍ୟ

ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଛନ୍ତିା ମନ୍ତ୍ରୀଙ୍କ ସହ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରୀଷ୍ଣା ମଧ୍ୟ ଯୋଗ ଦେଇଛନ୍ତି |
କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରତିନିଧିିତ୍ୱ କରିବା ସହ କ୍ରୀଡାର ବିକାଶ ଓ ଉନ୍ନତି ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପମାନ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛିା ଏହି କ୍ରୀଡ଼ା ମହାସମ୍ମିଳନୀରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ମତ ରଖି କହିଛନ୍ତି ଯେ  ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ରାଜ୍ୟରେ ଅନେକଗୁଡିଏ ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଏସିଆନ ଆଥଲେଟିକ୍ସ, ହକି ପୁରୁଷ ବିଶ୍ୱ କପ, ଫିଫା ମହିଳା ବିଶ୍ୱକପ ଭଳି ଯେଉଁ ସବୁ ଇଭେଣ୍ଟର ସଫଳ ଆୟୋଜନ କରିବାକୁ ଆମେ ସମର୍ଥ ହୋଇଛୁ ତାକୁ ଏଠାରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛିା
ଏଥି ସହିତ ଅନ୍ୟ ରାଜ୍ୟ ଦ୍ୱାରା ଆପଣା ଯାଇଥିବା ଉନ୍ନତ କ୍ରୀଡ଼ା ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରି ଏହାକୁ କିଭଳି ଭାବେ ଆମ ରାଜ୍ୟରେ ଉପଯୋଗ କରିହେବ ସେଥିନେଇ ଏହି ସମ୍ମିଳନୀରୁ ଆମେ ଶିକ୍ଷା ଗ୍ରହଣ କରିବୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତିା ଆଜି ଠାରୁ ଆରମ୍ଭ ହୋଇଥିବା ଚିନ୍ତନ ଶିବିର ଦୁଇ ଦିନ ଧରି ଚାଲିବା

Leave A Reply

Your email address will not be published.