ବରଗଡ :- ପଡୋଶୀ ରାଜ୍ୟ ଛତିଶଗଡ ର ରାୟଗଡ଼ ଜିଲ୍ଲା ବରମକେଳା ଅନ୍ତର୍ଗତ ପଡ଼ିଗାଉଁ ଗ୍ରାମରେ ନବନିର୍ମିତ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଙ୍କର ଭବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ଅତି ଧୁମଧାମରେ , ବିପୁଳ ଜନସମାଗମ ରେ ଜାରି ରହିଛି । ସପ୍ତାହ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରତେକ ଦିନ ଲକ୍ଷାଧିକ ଜଗନ୍ନାଥ ପ୍ରେମୀ ଙ୍କର ଆଗମନ ହେଉଛି । ମନ୍ଦିର କମିଟି ତଥା ବରମକେଲା ଅଞ୍ଚଳ ବାସୀ ଙ୍କର ଅନୁରୋଧ ଓ ନିମନ୍ତ୍ରଣ କ୍ରମେ ଆଜି ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ନେତା , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ କୁମାର ସିଂ, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତର ନାଥ ଜଗନ୍ନାଥ ପବିତ୍ର ଦର୍ଶନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ କେବଳ ଭଟଲି କିମ୍ବା ବରଗଡ଼ କିମ୍ବା ପଶ୍ଚିମ ଓଡିଶା ନୁହେଁ , ପଡୋଶୀ ଛତିଶଗଡ଼ ର ଅନେକ ସ୍ଥାନରେ ଶ୍ରୀ ସୁଶାନ୍ତ ସିଂ ଙ୍କର ଅନେକ ମାତ୍ରାରେ ଲୋକପ୍ରିୟତା ରହିଛି । ଆଜି ଗ୍ରାମବାସୀ ଙ୍କର ଅନୁରୋଧ ଓ ନିମନ୍ତ୍ରଣ ରକ୍ଷା କରି ଶ୍ରୀ ସିଂ ଗ୍ରାମକୁ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ମାନେ ଏକ ବିରାଟ ପଟୁଆର ରେ ପ୍ରଥମେ ମହାପ୍ରଭୁଙ୍କ ନବନିର୍ମିତ ମନ୍ଦିରକୁ ନେଇଥିଲେ । ମନ୍ଦିରରେ ମହାପ୍ରଭୁ ଙ୍କର ଦିବ୍ୟ ଦର୍ଶନ କରିବା ପରେ ଗ୍ରାମବାସୀମାନେ ତାଙ୍କୁ ଅତି ଆଦର ଓ ସମ୍ମାନରେ ମହୋତ୍ସବ ର ମଞ୍ଚ ଉପରକୁ ପାଛୋଟି ନେଇ ମଞ୍ଚ ଉପରେ ବିରାଜମାନ ସାଧୁସନ୍ଥ, ମାନ୍ୟଗଣ୍ୟ ବ୍ୟକ୍ତି ଓ ମଞ୍ଚ ସମ୍ମୁଖରେ ଉପସ୍ଥିତ ହଜାର ହଜାର ଲୋକଙ୍କ ସମ୍ମୁଖରେ ବିଧାୟକ ଶ୍ରୀ ସିଂ ଙ୍କୁ ସମ୍ମାନୀତ କରାଯାଇଥିଲା । ଏହାପରେ ମଞ୍ଚରୁ ଶ୍ରୀ ସିଂ ମହାପ୍ରଭୁ ଜଗନ୍ନାଥ ଙ୍କର ଗୁଣଗାନ କରିବାଭସହିତ ଉପସ୍ଥିତ ଜନସାଧାରଣ ଙ୍କୁ ମହାପ୍ରଭୁଙ୍କ ଭକ୍ତି କରିବା ସହିତ ଲୋକଙ୍କ ସେବା କରିବା ପାଇଁ କହିଥିଲେ । ଅତ୍ୟନ୍ତ ଭକ୍ତିପୂର୍ଣ ଏହି ଆୟୋଜନ ରେ ତାଙ୍କୁ ସମ୍ମାନିତ କରିଥିବାରୁ ବିଧାୟକ ଶ୍ରୀ ସିଂ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.